୩ୟ ଲହର ସେତେଟା ଗୁରୁତର ହେବ ନାହିଁ: ଆଇସିଏମଆର ବୈଜ୍ଞାନିକ

ନୂଆଦିଲ୍ଲୀ :  ଦେଶରେ କରୋନା ମହାମାରୀ ୨ୟ ଲହର ଚାଲିଥିବାବେଳେ ଆଗକୁ ୩ୟ ଲହରକୁ ଆସିବା ନେଇ ଆଶଙ୍କା କରାଯାଉଛି  । ଏପରିକି ୩ୟ ଲହର ପାଇଁ ଏବେଠାରୁ କେନ୍ଦ୍ର ସରକାର ଓ କେତେକ ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ଆରମ୍ଭ କରିଦେଲେଣି । କିନ୍ତୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ଜଣେ ବରିଷ୍ଠ ବୈଜ୍ଞାନିକ ତଥା ମହାମାରୀ ବିଭାଗ ମୁଖ୍ୟ ଡ. ସମୀରନ ପଣ୍ଡା କହିଛନ୍ତି ଯେ ୩ୟ ଲହର ୨ୟ ଲହର ପରି ସେତେଟା ଭୟଙ୍କର ହେବ  ନାହିଁ । ତେବେ ଏହା ଟିକାକରଣ ଓ ଲୋକମାନଙ୍କ ଆଚରଣ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି ।

ତେବେ ଦେଶରେ ଦେଖାଦେଇଥିବା ଡେଲଟା ପ୍ଲସ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଭୁତାଣୁ ବିଶେଷଜ୍ଞ ସାହିଦ ଜମାଲ  । ସେ କହିଛନ୍ତି ଯେ ଏହି ଭାରିଆଣ୍ଟ ଉଭୟ ଟିକା ଓ ଲୋକମାନଙ୍କ ଆଣ୍ଟିବଡିକୁ ଚକମା ଦେଖାଇବାରେ ସଫଳ ହେବା ଆଶଙ୍କା ରହିଛି । ଏଣୁ ଭାରିଆଣ୍ଟକୁ ନେଇ ସତର୍କତା ଅବଲମ୍ବନ ଜରୁରୀ ।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଡେଲଟା ପ୍ଲସ ଭାରିଆଣ୍ଟକୁ ଚିନ୍ତାଜନକ ଭାରିଆଣ୍ଟ ବୋଲି କହିଛି ।

ସମ୍ବନ୍ଧିତ ଖବର