୩ ବର୍ଷରେ ୫୦ ସଫଳ ଉତ୍‌କ୍ଷେପଣ ଯୋଜନା

୨୦୧୯ରେ ଇସ୍ରୋର ୨୨ ମହାକାଶ ଅଭିଯାନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୧୯ରେ ୨୨ଟି ସଫଳ ମହାକାଶ ଅଭିଯାନ ପାଇଁ ଲକ୍ଷ୍ୟ ରଖିଛି। ଏହା ସହିତ ଆଗାମୀ ୩ ବର୍ଷ ମଧ୍ୟରେ ଇସ୍ରୋ ମୋଟ ୫୦ଟି ଉତ୍‌୍‌କ୍ଷେପଣ ସଫଳତାର ସହ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ୨୦୧୯ରେ ଚନ୍ଦ୍ରାୟନ-୨, ଆଦିତ୍ୟ-ଏଲ୍‌୧ (ଭାରତର ସୌର ମିସନ୍‌୍‌) ଏବଂ ୨ଟି ଏସ୍‌୍‌ଏସ୍‌୍‌ଏଲଭି ମିସନ୍‌୍‌ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରହିଛି। ଚଳିତ ବର୍ଷ ସେପ୍‌୍‌ଟେମ୍ବରରୁ ଉତ୍‌୍‌କ୍ଷେପଣ ଅଭିଯାନ ତ୍ୱରାନ୍ଵିତ ହେବ ଏବଂ ବ୍ୟବସାୟିକ ଭିତ୍ତିରେ ମଧ୍ୟ ଉପଗ୍ରହ ପ୍ରେରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର