ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪. ୦ ତୀବ୍ର ଭୂମିକମ୍ପ

ନୂଆଦିଲ୍ଲୀ: ଗୁରୁବାର ସକାଳେ ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳରେ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୪. ୦ ବୋଲି କୁହାଯାଉଛି।

ଭାରତୀୟ ପାଣିପାଗ ବିଭାଗ ପୋଷ୍ଟ୍‍ କରିଥିବା ଏକ ଟୁଇଟ୍‌ ଅନୁସାରେ, ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଥିଲା। ପୃଥିବୀର ୩୦. ୮ ଉତ୍ତର ଅକ୍ଷାଙ୍‌ଶ ଓ ୭୮. ୨ ପୂର୍ବ ଦ୍ରାଘିମା ଅଞ୍ଚଳରେ ଏହି କମ୍ପନ ସୃଷ୍ଟି ହୋଇଛି।

୧୯୯୧ ମସିହାରେ ଉତ୍ତରକାଶୀ ଠାରେ ରିକ୍ଟର୍‌ ସ୍କେଲ୍‌ ୬. ୮ ତୀବ୍ର ଭୂମିକମ୍ପ ସଙ୍ଘଠିତ ହେବାରୁ ୭୬୦ ଜଣ ଲୋକ ନିହତ ହୋଇଥିଲେ ଏବଂ ହଜାର ହଜାର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର