ରାଜସ୍ଥାନର ବିକାନେରରେ ୪.୨ ତୀବ୍ରତାର ଭୂକମ୍ପ

ବିକାନେର : ରାଜସ୍ଥାନର ବିକାନେର ଅଞ୍ଚଳରେ ରବିବାର ରାତ୍ରି ୨ଟା ୧୬ ମିନିଟରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ତେବେ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଏହାର କିଛି ସମୟ ପୂର୍ବରୁ ରାତ୍ରି ୧ଟା ୪୫ ମିନିଟରେ ଅରୁଣାଚଳ ପ୍ରଦେଶର ଚଙ୍ଗଲାଙ୍ଗ ଅଞ୍ଚଳରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର