କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ଘରୁ ୪.୨୫ କୋଟି ଟଙ୍କା ଜବତ

ବେଙ୍ଗାଲୁରୁ: ପୂର୍ବତନ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର ଏବଂ ତାଙ୍କ ସହଯୋଗୀଙ୍କ ବାସଭବନରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଆୟକର ଚଢ଼ଉ ଆଜି ମଧ୍ୟ ଜାରି ରହିଛି। ଚଢ଼ଉ ସମୟରେ ଆୟକର ଅଧିକାରୀମାନେ ନଗଦ ୪.୨୫ କୋଟି ଟଙ୍କା ଜବତ କରିଛନ୍ତି। ମେଡିକାଲ ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତ ଟିକସ ଫାଙ୍କି ମାମଲାରେ ଏହି ଚଢ଼ଉ କରାଯାଇଛି। ‌ ବେଆଇନ ଭାବେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ୫୦ରୁ ୬୦ ଲକ୍ଷ ଟଙ୍କାରେ ସିଟ୍‌ ବିକ୍ରି ହେଉଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି। ବିଶାଳ ସର୍ଚ୍ଚ‌୍ ଅପରେସନ୍‌ ପ‌ରେ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ ହୋଇଛି। ବରିଷ୍ଠ କଂଗ୍ରେସ ନେତା ଜି ପରମେଶ୍ବର ଏବଂ ପୂର୍ବତନ ସାଂସଦ ଆରଏଲ୍‌ ଜଲାପ୍ପାଙ୍କ ପୁଅ ଜେ ରାଜେନ୍ଦ୍ରଙ୍କ ପ୍ରାୟ ୩୦ଟି ସ୍ଥାନରେ ଆୟକର ଚଢ଼ଉ ହୋଇଛି। ଜି ପର‌ମେଶ୍ବରଙ୍କ ଘର ଏବଂ ଅଫିସ୍‌ ବାଦ୍‌ ତାଙ୍କ ଭାଇ ଜି ଶିବପ୍ରସାଦ ଏବଂ ବ୍ୟକ୍ତିଗତ ସହଯୋଗୀ ରମେଶଙ୍କ ବାସଭବନରେ ମଧ୍ୟ ଆୟକର ଚଢ଼ଉ ‌ହୋଇଛି।

ସମ୍ବନ୍ଧିତ ଖବର