ଅମ୍ବିକାପୁର : ସୋମବାର ସକାଳେ ଛତିଶଗଡ଼ର କୋରେଆ ଜିଲ୍ଲାରେ ୪.୩ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ରାୟପୁର ଠାରୁ ୩୦୦ କିମି ଦୂରରେ ଅବସ୍ଥିତ କୋରେଆର ବୈକୁଣ୍ଠପୁରରୁ ୧୬ କିମି ଦୂରରେ ଏହି ଝଟକା ଅନୁଭୂତ ହୋଇଛି। ତେବେ ଏହି ମଧ୍ୟମ ଧରଣର କମ୍ପନରେ କୌଣସି କ୍ଷୟକ୍ଷତି ଏବଂ ପ୍ରାଣହାନୀ ହୋଇ ନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Advertisment