ଲଦାଖରେ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫

କାର୍ଗିଲ୍‌: ଗୁରୁବାର ଅପରାହ୍ନରେ ଲଦାଖର କାର୍ଗିଲ୍‌ଠାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୫ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି  ଭୂକମ୍ପର କେନ୍ଦ୍ରସ୍ଥଳୀ କାର୍ଗିଲ୍‌ ହୋଇଥିବା ବେଳେ ଉତ୍ତର-ଉତ୍ତରପଶ୍ଚିମ ଭାରତରୁ ୧୧୯ କିଲୋମିଟର ଦୂରରେ ଏହା ସଂଘଠିତ ହୋଇଥିଲା। ଅପରାହ୍ନ ୧.୧୧ ସମୟରେ ଭୂକମ୍ପ ଅନୁଭୂତ  ହୋଇଥିଲା। ଏଯାବତ୍ କ୍ଷୟକ୍ଷତିର କୌଣସି ସୂଚନା ହସ୍ତଗତ ହୋଇନାହିଁ।

 

 

ସମ୍ବନ୍ଧିତ ଖବର