ଦେଶରେ ଗତ ୮ ଦିନରେ ୪ କୋଟି ୬୧ ଲକ୍ଷ ଡୋଜ୍ ଟିକା ଦିଆଯାଇଛି

ନୂଆଦିଲ୍ଲୀ : ଦେଶରେ ଗତ ୮ ଦିନରେ ପ୍ରାୟ ୪ କୋଟି ୬୧ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ସମଗ୍ର ବିଶ୍ବରେ ଏହା ଏକ ରେକର୍ଡ । ଏପରିକି ଏହା ସାଉଦିଆରବ, ଇରାକ, କାନାଡା ପ୍ରଭୃତି ଦେଶର ଲୋକ ସଂଖ୍ୟାଠାରୁ ଅଧିକ । ପୁଣି ଏହି ୮ ଦିନରେ ଦୈନିକ ହାରାହାରି ୫୭.୬୮ ଲକ୍ଷ ଟିକା ଦିଆଯାଉଛି । ଏହା ନରଓ୍ବେ, ଫିନଲାଣ୍ଡ ଓ ନ୍ୟୁଜିଲାଣ୍ଡର ଜନସଂଖ୍ୟାଠାରୁ ଅଧିକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ କ୍ରମାଗତଭାବେ ସଂକ୍ରମଣ କମି ଚାଲିଛି । ୪ ମେ ବେଳକୁ ଦେଶର ୫୩୧ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ବାହାରୁ ଥିବାବେଳେ ଏବେ ତାହା ୧୧୧ଟି ଜିଲ୍ଲାରେ ସୀମୀତ ରହିଛି । ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୯୬.୯ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ତେବେ ଏହାର ଅର୍ଥ ନୁହେଁ ଯେ ବିପଦ ଟଳିଗଲା । ବିପଦ ଟଳିନାହିଁ ଓ ଆମେ ଯଦି କୋଭିଡ ଆଚରଣବିଧିକୁ ପାଳନ ନ କରିବା ତେବେ ପୁଣି ଏହା ମାଡ଼ିଆସିବ ବୋଲି ସେ ସତର୍କ କରାଇଦେଇଛନ୍ତି ।

ସମ୍ବନ୍ଧିତ ଖବର