ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ବ, ଓମ୍ବାଡ୍‌ସି ସହାୟତାରେ ୪ ନୂତନ ଆମ୍ବୁଲାନ୍‌ସ ଲୋକାର୍ପିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ଜରୁରୀକାଳୀନ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଓଡ଼ିଶା ଖଣିଜ ଆଧାରିତ ଅଞ୍ଚଳ ପରିଷଦ(ଓମ୍ବାଡ୍‌ସି) ପାଣ୍ଠି ସହାୟତାରେ ୪ଟି ନୂତନ ଆମ୍ବୁଲାନ୍ସକୁ ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସବୁଜ ପତାକା ଦେଖାଇ ଶୁଭ ଉଦ୍‌ଘାଟନ ପୂର୍ବକ ଲୋକାର୍ପିତ କରିଛନ୍ତି ।

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଯୋଗଦେଇ ଜିଲ୍ଲାର ଚାରୋଟି ଉପଖଣ୍ଡ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ଶୁଭ ଉଦ୍‌ଘାଟନ କରାଯାଇଛି। ଆଗକୁ ଅଧିକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଆମ୍ବୁଲାନ୍ସ ଗୁଡ଼ିକ ଜଟିଳ ତଥା ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ସୁବିଧା ଉପଲବ୍ଧ ଥାଇ ମାଗଣାରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବ। ଏହି ଅବସରରେ ସିଡିଏମଓ ଡା଼ଃ ରୂପଭାନୁ ମିଶ୍ର, ଉଦଳା ଏସ୍‌ଡିଏମଓ ଡାଃ ଶିବାନନ୍ଦ ମହାନ୍ତି, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡାଃ ସାଗର ନାୟକ ଏବଂ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ହସ୍‌ପିଟାଲ ମେନେଜର ଆଲୋକ କୁମାର ଗୋଚ୍ଛାୟତ, ଡିପିଏମ ଏନଏଚଏମ ପିପି ପତି, ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଡା ଶାନ୍ତନୁ କୁମାର ଦାସ ଓ ଡା ଏମ ଏନ ହୁସେନ ପ୍ରମୁଖଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର