ୱାସିଂଟନ: ନାସାର ଚାରିଜଣ ମହାକାଶଚାରୀ ଦକ୍ଷିଣ କାଲିଫର୍ଣ୍ଣିଆର ପ୍ରଶାନ୍ତ ମହାସାଗରରେ ନିରାପଦରେ ଅବତରଣ କରିଛନ୍ତି। ଜଣେ ମହାକାଶଚାରୀଙ୍କ ଡାକ୍ତରୀ ଜରୁରୀ ଆବଶ୍ୟକତା ପଡ଼ିବାରୁ ତାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିବାକୁ ପଡ଼ିଲା ଏବଂ ତାଙ୍କ ସହ ଅନ୍ୟ ତିନିଜଣ ଫେରିଥିଲେ।
ଏଣ୍ଡେଭର ନାମକ କ୍ରୁ-୧୧ ଡ୍ରାଗନ୍ ମହାକାଶଯାନ ଗୁରୁବାର ଭାରତୀୟ ସମୟ ଭୋର ୩ଟା ୩୦ ସମୟରେ ନାସା ମହାକାଶଚାରୀ ଜେନା କାର୍ଡମ୍ୟାନ୍, ଜାପାନର ମାଇକ୍ ଫିଙ୍କେ ଓ ରୁଷ୍ର ଜଣେ ମହାକାଶଚାରୀଙ୍କୁ ନେଇ ଆଇଏସ୍ଏସ୍ ଛାଡ଼ିଥିଲା। ଜଣେ ସଦସ୍ୟଙ୍କ ସହ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ହେତୁ ‘ନିୟନ୍ତ୍ରିତ ଡାକ୍ତରୀ ସ୍ଥାନାନ୍ତର’ ପାଇଁ ନାସାର ଜାନୁଆରି ୮ ନିଷ୍ପତ୍ତି ପରେ ଏହି ମହାକାଶଚାରୀମାନେ ନିର୍ଦ୍ଧାରିତ ସମୟର ପ୍ରାୟ ଏକ ମାସ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ନାସା ପ୍ରଶାସକ ଜାରେଡ୍ ଆଇଜାକମ୍ୟାନ୍ ନିଶ୍ଚିତ କରିଛନ୍ତି ଯେ, ଏହି ପଦକ୍ଷେପ ଚିକିତ୍ସାକୁ ପ୍ରାଥମିକତା ଦେଇଛି ଏବଂ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ସମ୍ପୃକ୍ତ ନାସା ଗୋପନୀୟତା ଦୃଷ୍ଟିରୁ ମହାକାଶଚାରୀଙ୍କ ନାମ ପ୍ରକାଶ କରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/15/new-project-9-2026-01-15-22-48-02.jpg)