ନୂଆଦିଲ୍ଲୀ: କରୋନା ମୁକାବିଲା ଦିଗରେ ସହଯୋଗ କରିବାପାଇଁ ଭାରତକୁ ୪ଟି ରାଷ୍ଟ୍ର ଅନୁରୋଧ କରିଛନ୍ତି। ଭୁଟାନ୍, ମାଳଦ୍ବୀପ, ଇରାନ୍ ଏବଂ ଇଟାଲି କରୋନା ମୁକାବିଲା ପାଇଁ ଭାରତଠାରୁ ସହଯୋଗ ଲୋଡ଼ିଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି। ମାସ୍କ ସହ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ପଠାଇବାପାଇଁ ଏହି ୪ଟି ରାଷ୍ଟ୍ର ଅନୁରୋଧ କରିଛନ୍ତି। ତେବେ ଭାରତ ମାଳଦ୍ବୀପକୁ ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ମେଡିକାଲ ଟିମ୍ ପଠାଇବ। ଆବଶ୍ୟକ ଔଷଧ ସହ ମାଳଦ୍ବୀପକୁ ଏହି ଟିମ୍ ଯାଇ ପହଞ୍ଚିବେ। ପୂର୍ବରୁ ଗତ ଫେବ୍ରୁଆରିରେ ଭାରତ କରୋନାର କେନ୍ଦ୍ର ସ୍ଥଳ ଉହାନ୍କୁ କିଛି ମେଡିକାଲ ସାମଗ୍ରୀ ପଠାଇଥିଲା। ପ୍ରାୟ ୧୫ ଟନ୍ର ମେଡିକାଲ ସାମଗ୍ରୀ ଭାରତ ଚୀନ୍କୁ ପଠାଇଥିଲା। ଅନ୍ୟ ଦେଶଗୁଡ଼ିକୁ ସହଯୋଗର ହାତ ବଢ଼ାଇବା ଦିଗରେ କାର୍ଯ୍ୟ ଜାରି ରହିଛି ବୋଲି କୁମାର କହିଛନ୍ତି। ପୂର୍ବରୁ ଭାରତ ଗତ ଫେବ୍ରୁଆରି ୨ ତାରିଖରେ ଉହାନ୍ରେ ଫସିଥିବା ୭ ମାଳଦ୍ବୀପ ନାଗରିକଙ୍କୁ ଭାରତ ଆଣିଥିଲା ।
ସହାୟତା ପାଇଁ ଭାରତକୁ ୪ ରାଷ୍ଟ୍ରରୁ ଅନୁରୋଧ, ମାଳଦ୍ବୀପକୁ ୧୪ ଜଣିଆ ମେଡିକାଲ ଟିମ୍ ପଠାଇବ ଭାରତ
/sambad/media/post_attachments/wp-content/uploads/2019/08/flag-india-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)