ସୁରତ: ଗୁଜୁରାଟର ସୁରତରେ ଥିବା ଏକ କୋଭିଡ ହସ୍ପିଟାଲରେ ରବିବାର ରାତିରେ ଆଇସିୟୁରେ ନିଆଁ ଲାଗିଥିବା ଘଟଣାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ନିଆଁ ଲାଗିବା ବେଳେ କୋଭିଡ୍ ହସ୍ପିଟାଲ୍ର ପଞ୍ଜମ ମହଲାରେ ୧୦ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ଆଇସିୟୁରେ ଥିବା ସମସ୍ତ ଆହତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧.୪୦ ସମୟରେ ସୁରଟର ଷ୍ଟେସନ ରୋଡରେ ଥିବା କୋଠାର ପଞ୍ଚମ ମହଲାରେ ଅବସ୍ଥିତ ଆୟୁଷ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ୧୬ରୋଗୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିଶମ ବିଭାଗ ଟିମ୍ ୧୧ଜଣ ରୋଗୀଙ୍କୁ ଉଦ୍ଧାର କରିଥିଲେ ଏବଂ ଅବଶିଷ୍ଟ ପାଞ୍ଚ ଜଣଙ୍କୁ ଅଗ୍ନିଶମ ଦଳ ପହଞ୍ଚିବା ପୂର୍ବରୁ ଡାକ୍ତରଖାନା କର୍ମଚାରୀମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ବୋଲି ଡାକ୍ତରଖାନର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-72.jpg)