ନୋଇଡ଼ାରେ ନିର୍ମାଣଧୀନ କାନ୍ଥ ଭୁଶୁଡ଼ି ୪ ମୃତ, ୯ ଆହତ

ନୋଇଡ଼ା: ମଙ୍ଗଳବାର ସକାଳେ ନୋଇଡ଼ା ସେକ୍ଟର-୨୧ରେ ଏକ ନିର୍ମାଣଧୀନ କାନ୍ଥ ଭୁୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ‌ସନ୍ଦେହ କରାଯାଉଛି। ଏହି ଘଟଣା ଘଟିଛି ନୋଇଡ଼ା ସେକ୍ଟର-୨୧ର ଜଲବାୟୁ ବିହାର ନିକଟରେ। ଏହି ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ଓ ସ୍ଥାନୀୟ ଲୋକେ ମିଶି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଓ ଜେସିବି ମେସିନ୍‌କୁ ନି‌ୟୋଜିତ କରାଯାଇଛି।

 

ଏ ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ସମବେଦନା ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯୋଗୀଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ବିଟର୍‌ ଆକାଉଣ୍ଟରୁ ଏକ ଟ୍ବିଟ୍‌ କରାଯାଇଛି ଯେ, ‘ଜନପଥ ଗୌତମବୁଦ୍ଧନଗରରେ କାନ୍ଥ ଭୁୁଶୁଡ଼ି ହୋଇଥିବା ଜନହାନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ତୁତନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।’

 

ସମ୍ବନ୍ଧିତ ଖବର