କେମିକାଲ୍‌ କାରଖାନାରେ ବିସ୍ଫୋରଣ: ୪ ମୃତ

ଚଣ୍ଡିଗଡ଼ : ହରିୟାଣାର ଝାଜର ସ୍ଥିତ ବାହାଦୁରଗଡ଼ ଶିଳ୍ପାଞ୍ଚଳରେ ଆଜି ଏକ କେମିକାଲ୍‌ କାରଖାନାରେ ବଏଲର୍‌ ବିସ୍ଫୋରଣ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଫ୍ୟାକ୍ଟ୍ରିର ଏକ କୋଠା ଭୁଶୁଡ଼ି ପଡ଼ିବାଫଳରେ ଏହି ବିସ୍ଫୋରଣ ହୋଇଥିଲା ଏବଂ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର