ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏବେ ସମଗ୍ର ଉତ୍ତର ଭାରତ ହାଡ଼ଥରା ଶୀତରେ କମ୍ପୁଚି। ଚଳିତ ଜାନୁଆରି ୨୦୨୩ ରାଜଧାନୀ ନୂଆଦିଲ୍ଲୀ ପାଇଁ ସବୁଠାରୁ ଥଣ୍ଡା ଭାବରେ ପରିଣତ ହୋଇଛି। ଏପରିସ୍ଥିତିରେ ନିକଟରେ ଦିଲ୍ଲୀ ବାସୀଙ୍କୁ ହାଡ଼ଥରା ଶୀତରୁ ମୁକ୍ତି ମଳିବାର ସମ୍ଭାବନା ନାହିଁ!
ଜଣେ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି, ଆସନ୍ତା ସପ୍ତାହରେ ଦିଲ୍ଲୀର ତାପମାତ୍ରା ବିଯୁକ୍ତ (-) ୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ! ଜାନୁଆରି ୧୪ରୁ ୧୯ ମଧ୍ୟରେ ଭୟଙ୍କର ଥଣ୍ଡା ଅନୁଭୂତ ହେବ ଏବଂ ଜାନୁଆରି ୧୬ରୁ ୧୮ ପର୍ଯ୍ୟନ୍ତ ଏହା ଶୀର୍ଷରେ ରହିବାର ସମ୍ଭାବନା ରହିଛି ବୋଲି ଏକ ଅନଲାଇନ୍ ପାଣିପାଗ ପ୍ଲାଟଫର୍ମ ଲାଇଭ୍ ୱେଦର ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ନବଦୀପ ଦହିଆ କହିଛନ୍ତି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଧ୍ୟ କହିଛି ଯେ ଶନିବାର ଠାରୁ ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ଥଣ୍ଡା ଲହରୀ ପରିସ୍ଥିତି ହେବାର ସମ୍ଭାବନା ରହିଛି।
Don't know how to put this up but upcoming spell of #Coldwave in #India look really extreme during 14-19th January 2023 with peak on 16-18th, Never seen temperature ensemble going this low in a prediction model so far in my career.
Freezing -4°c to +2°c in plains, Wow! pic.twitter.com/pyavdJQy7v— Weatherman Navdeep Dahiya (@navdeepdahiya55) January 11, 2023
ବିଗତ ୨୩ ବର୍ଷ ମଧ୍ୟରେ ଚଳିତ ବର୍ଷ ଦିଲ୍ଲୀର ଥଣ୍ଡା ରେକର୍ଡ ଭାଙ୍ଗିଛି। ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଗୁରୁବାର ଦିନ ୯.୩ ଡିଗ୍ରି ସେଲସିୟସ ଥିଲା, ଯାହା ଋତୁର ହାରାହାରିଠାରୁ ଦୁଇ ଗୁଣ ଅଧିକ ବୋଲି ଆଇଏମଡି କହିଛି।
୨୦୦୬ରେ ମଧ୍ୟ ସମାନ ପରିସ୍ଥିତି ଅନୁଭୂତ ହୋଇଥିଲା ଯେତେବେଳେ ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା। ଆଇଏମଡିର ପାଣିପାଗ ବିଶେଷଜ୍ଞ ଆରକେ ଜେନାମଣି କହିଛନ୍ତି ଯେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଶ୍ଚିମ ୟୁପି ଏବଂ ଉତ୍ତର ରାଜସ୍ଥାନରେ ମଧ୍ୟ ଆସନ୍ତା କିଛି ଦିନ ମଧ୍ୟରେ ଝିପିଝିପି ବର୍ଷା ଏବଂ ହାଲୁକା ବର୍ଷା ହୋଇପାରେ। ଜମ୍ମୁ- କଶ୍ମୀର ସମେତ ହିମାଳୟ ରାଜ୍ୟରେ ଏବଂ ବିଶେଷ କରି କଶ୍ମୀରରେ ଜାନୁଆରି ୧୨ରୁ ୧୪ ମଧ୍ୟରେ ବର୍ଷା କିମ୍ବା ତୁଷାରପାତ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି।