ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଏକ ବଡ଼ଧରଣ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୯୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଭାରତୀୟ ସେନାର ଆକ୍ରମଣକୁ ନେଇ ପାକିସ୍ତାନର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ‘ବିଳମ୍ବିତ ରାତିରେ ଆକାଶରେ ଏକ ଡ୍ରୋନ୍ ଉଡ଼ିବୁଲୁଥିବାର ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ତିନିଟି ଡ୍ରୋନ ନଜର ଆସିଥିଲା। ମୋଟ ୪ଟି ଡ୍ରୋନ୍ ଆକାଶରେ ଉଡ଼ିବୁଲି ମସଜିଦ ଏବଂ ସେଠାରେ ନିର୍ମିତ କାର୍ଯ୍ୟାଳୟ ଉପରେ ବୋମାମାଡ଼ କରିଥିଲା।
ବୋମାମାଡ଼ ଶବ୍ଦରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଯାଇଥିଲେ। ସାରାରାତି ଭୟରେ କାଟିବାକୁ ପଡ଼ିଥିଲା।’
ଭାରତର ଏହି ଶକ୍ତିଶାଳୀ ଏୟାରଷ୍ଟ୍ରାଇକରେ ଜାତିସଂଘ ଘୋଷିତ ଅନ୍ତର୍ଜାତୀୟ ଆତଙ୍କବାଦୀ ଆଝାର ପରିବାରର ପ୍ରାୟ ୧୦ ଜଣ ସଦସ୍ୟ ମୃତ୍ୟବରଣ କରିଛନ୍ତି ।
କେବଳ ଏତିକି ନୁହେଁ ଆଝାରର ୪ ଜଣ ସହଯୋଗୀ ମଧ୍ୟ ଭାରତର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଆଝାରର ଭଉଣୀ ଓ ତାଙ୍କ ପରିବାର, ତା ଭାଇ ହାଜିଫୁଲ୍ଲା ଓ ତାହାର ପରିବାର, ଆଝାରର ସହଯୋଗୀ ଫାଜିଲ୍ ଭାଞ୍ଜେ ଓ ତାହାର ପତ୍ନୀ ମୃତ୍ୟୁବରଣ କରିଛନ୍ତି ।
ଏହି ଘଟଣାକୁ ନେଇ ଆଝାର କହିଛି, ‘ଭାରତର ପ୍ରଧାନମନ୍ତ୍ରୀ ଶିଶୁ, ମହିଳା, ବୃଦ୍ଧଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣା ମୋତେ ଏତେ କଷ୍ଟ ଦେଇଛି କି ମୁଁ ଶବ୍ଦରେ ବଖାଣି ପାରିବି ନାହିଁ। ବାରମ୍ବାର ମନକୁ ଆସୁଛୁ କି କାସ ଭାରତର ଏହି ଆକ୍ରମଣରେ ମୋ ଜୀବନ ଚାଲି ଯାଇଥିଲେ ଭଲ ହୋଇଥାଆନ୍ତା।’