ଗାଜିଆବାଦ୍: ଶନିବାର ହସ ଖୁସିରେ ଛୁଟି କଟାଇବା ପାଇଁ ବହାରିଥିଲେ ଡେରାଡୁନରେ ଥିବା ଉତ୍ତରାଞ୍ଚଳ ବିଶ୍ବବିଦ୍ୟାଳୟର ୬ଜଣ ଛାତ୍ର-ଛାତ୍ରୀ। ହେଲେ ବାଟରେ ଯମ ଜଗି ବସିଛି ବୋଲି ସେମାନଙ୍କୁ ଜଣା ନଥିଲା। ଏସୟୁଭି ଗାଡ଼ିରେ ୬ଜଣ ସାଙ୍ଗ ମଥୁରା ବାହାରିବା ପରେ ବାଟରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଯାହାଦ୍ବାରା ଗାଡ଼ିଟି ଗଙ୍ଗା କେନାଲକୁ ଖସି ପଡ଼ିଥିଲା। ଘଟଣାଟି ରାତି ପ୍ରାୟ ୧୨ଟା ୧୦ମିନିଟରେ ଘଟିଥିବା ବେଳେ ୬ଜଣଙ୍କ ମଧ୍ୟରୁ ଦୁଇଜଣ ନିଜର ଜୀବନ ବଞ୍ଚାଇ ପାରିଥିବା ଜଣା ପଡ଼ିଛି। ଦୁହେଁ ପହଁରିବା ଜାଣିଥିବାରୁ ଦୁର୍ଘଟଣା ପରେ ପରେ ଦୁହେଁ କୂଳକୁ ଚାଲି ଆସିଥିଲେ। କିନ୍ତୁ ଅନ୍ୟ ୪ଜଣ ପାଣିରେ ଭାସି ଯାଇଥିଲେ।
Business Standardଏବେ ଏନଡିଆରଏଫର ଏକ ଟିମ୍ ନିଖୋଜ ୪ଜଣଙ୍କୁ ଖୋଜିବା ଆରମ୍ଭ କରିଛି। ପୁଲିସର କହିବା ମୁତାବକ, ୬ଜଣ ଯାଉଥିବା ଏକ୍ସୟୁଭି ଏସୟୁଭି କାରଟି ରାସ୍ତାର ଡିଭାଇଡରରେ ମାଡ଼ ହୋଇ କେନାଲ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାଟି ନିୱାରୀ ଓ ମୁରାଦନଗର ମଧ୍ୟରେ ଘଟିଥିଲା। ଗାଡ଼ିର ଗତି ଦ୍ରୁତ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ନିଖୋଜ ଥିବା ଛାତ୍ର-ଛାତ୍ରୀଙ୍କ ପରିବାର ଲୋକଙ୍କୁ ଗାଜିଆବାଦ୍ ଡକାଯାଇଥିବା ବେଳେ ସେମାନଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି ଏନଡିଆରଏଫ ଟିମ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ପବ-6.jpg)