କୋଲକାତା: ଇଡି ସ୍କାନର୍ରେ କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ସଂପତ୍ତି। ତାଙ୍କର ୪ଟି ଫ୍ଲାଟ, ଦୁଇଟି ଘର, କୋଲକାତାର ଏକ ଫାର୍ମହାଉସ ଏବଂ ମୁର୍ସିଦାବାଦର ଅନ୍ୟ ଏକ ଫ୍ଲାଟ୍ ଉପରେ ନଜର ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
କେବଳ ସନ୍ଦୀପ ଘୋଷ ନୁହଁନ୍ତି; ତାଙ୍କ ପତ୍ନୀ ସଙ୍ଗୀତା ମଧ୍ୟ ଦୁର୍ନୀତି ଯାଞ୍ଚର ସ୍କାନରରେ ଅଛନ୍ତି। ତାଙ୍କୁ ଅଗଷ୍ଟ ୯ ତାରିଖରେ ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କେନ୍ଦ୍ରକରି ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାର ତଦନ୍ତର ଏକ ଅଂଶ ଭାବେ ନିଆଯାଉଛି। ଏହି ସମ୍ପତ୍ତି ଏବଂ ଡିଜିଟାଲ ଉପକରଣ ସହ ଜଡିତ କାଗଜପତ୍ରକୁ ଏବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି। ।
କେନ୍ଦ୍ରୀୟ ଏଜେନ୍ସି ସନ୍ଦେହ କରୁଛି ଯେ ଡକ୍ଟର ଘୋଷ ଏବଂ ତାଙ୍କ ପତ୍ନୀ କଳାଧନରେଏହି ସମ୍ପତ୍ତି କିଣିଛନ୍ତି। ଇଡି କହିଛି ଯେ ସମ୍ପତ୍ତି ସହ ଜଡିତ କିଛି କାଗଜପତ୍ରକୁ ବି ଜବତ କରାଯାଇଛି।
ଇଡି ଜାଣିବାକୁ ପାଇଛି ଯେ ସଙ୍ଗୀତା ଘୋଷ ପଶ୍ଚିମବଙ୍ଗ ସରକାରଙ୍କ ସଠିକ୍ ଅନୁମୋଦନ ବିନା ଦୁଇଟି ସମ୍ପତ୍ତି କିଣିଥିଲେ। ସନ୍ଦୀପ ଘୋଷଙ୍କୁ ଆରଜି କର ମେଡିକାଲ କଲେଜର ପ୍ରିନ୍ସପାଲ ଓ ସଙ୍ଗୀତା ଘୋଷଙ୍କୁ ସେଠାରେ ସହକାରୀ ପ୍ରଫେସର ଭାବରେ ନିଯୁକ୍ତ କରାଯାଇଥିଲା ବୋଲି ଇଡି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/8ZmCn7SI568DBvL4WxD2.jpg)