ଅଗଷ୍ଟ ୧୬ରୁ ଜମ୍ମୁ ଓ କଶ୍ମୀରର ଦୁଇଟି ଜିଲ୍ଲାରେ ୪-ଜି ସେବା ଆରମ୍ଭ କରାଯିବ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୬ରୁ ଜମ୍ମୁ ଓ କଶ୍ମୀରର ଦୁଇଟି ଜିଲ୍ଲାରେ ପରୀକ୍ଷାମୂଳକଭାବେ ୪-ଜି ମୋବାଇଲ ସେବା ଚାଲୁ କରିବେ । ଜମ୍ମୁ ଓ କଶ୍ମୀର ଡିଭିଜନର ଗୋଟିଏ ଲେଖାଏଁ ଜିଲ୍ଲାରେ ଦୁଇମାସ ପାଇଁ ଏହି ସେବା ଆରମ୍ଭ ହେବ । ୨ ମାସ ପରେ ସ୍ଥିତିର ସମୀକ୍ଷା କରାଯିବ ଓ ଅନ୍ୟ ଜିଲ୍ଲାରେ ଏହି ସେବା ଆରମ୍ଭ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ଜମ୍ମୁ ଓ କଶ୍ମୀର ସ୍ଥିତିର ସମୀକ୍ଷା ପାଇଁ ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଅଗଷ୍ଟ ୧୬ରୁ ଦୁଇଟି ଜିଲ୍ଲାରେ ୪-ଜି ସେବା ଆରମ୍ଭ କରିବାକୁ ଏହି କମିଟି ନିଷ୍ପତ୍ତି ନେଇଛି । ୨ ମାସ ପରେ ସ୍ଥିତିର ସମୀକ୍ଷା କରାଯିବ । ତେବେ ସୀମାବର୍ତ୍ତୀ ଜିଲ୍ଲାରେ ୪-ଜି ସେବା ଆରମ୍ଭ କରାଯିବ ନାହିଁ ।

ଭାରତ ସରକାର ଗତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ତେବେ ପରବର୍ତ୍ତି କାଳରେ ଟୁ-ଜି ସେବାକୁ ଅନୁମତି ଦେଇଥିଲେ ମଧ୍ୟ ୪-ଜି ସେବା ଏବେ ବି ଲାଗୁ ହୋଇନାହିଁ ।

ସମ୍ବନ୍ଧିତ ଖବର