କେନ୍ଦ୍ର ମହଙ୍ଗା ଭତ୍ତା ୪% ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ପୂଜା ଭେଟି ପ୍ରଦାନ କରିଛନ୍ତି। ସେମାନଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରାଯାଇଛି ଯାହା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ। ଆଜି କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ୪୧.୮ ଲକ୍ଷ କର୍ମଚାରୀ ଓ ୬୯.୭ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ। ମୂଳ ବେତନ/ ପେନସନ୍‌ରେ ପୂର୍ବରୁ ଥିବା ୩୪ ପ୍ରତିଶତ ମହଙ୍ଗା ଭତ୍ତା/ ମହଙ୍ଗା ରିଲିଫ୍‌ ଉପରେ ଏହି ଅତିରିକ୍ତ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିବାରୁ ରାଜକୋଷ ଉପରେ ବାର୍ଷିକ ୧୨,୮୫୨.୫ କୋଟି ଟଙ୍କାର ବୋଝ ପଡ଼ିବ।

ସମ୍ବନ୍ଧିତ ଖବର