ଆମେରିକାରେ ବର୍ବର କାଣ୍ଡ

ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ହତ୍ୟା

ୱାସିଂଟନ୍‌: ଆମେରିକାର ଆୟୋବା ‌ଷ୍ଟେଟ୍‌ରେ ଅତି ବର୍ବର କାଣ୍ଡ ଘଟିଛି। ଗୋଟିଏ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଭାରତୀୟ ବଂଶୋଦ୍ଭବଙ୍କ ଘର ଆନ୍ଧ୍ରପ୍ରଦେଶରେ। ଆମେରିକା ୱେଷ୍ଟ୍‌ ଦେସ ମୋଇନ୍ସରେ ସେମାନେ ଅବସ୍ଥାନ କରୁଥିଲେ। ତେବେ ସେମାନଙ୍କ ବାସଭବନରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକମାନଙ୍କୁ ଯଥାକ୍ରମେ ଚନ୍ଦ୍ରଶେଖର ସୁନ୍‌କରା (୪୪) ଏବଂ ଲାବନ୍ୟ (୪୧) ଭା‌ବେ ଚିହ୍ନଟ କରାଯାଇଛି। ତାଙ୍କ ୨ ନାବାଳକ ପୁଅଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ‌ଯେ ଚନ୍ଦ୍ରଶେଖର ଆନ୍ଧ୍ରପ୍ରଦେଶର ଗୁନ୍‌ଟୁର ଜିଲ୍ଲାର ସୁନ୍ଦୁରା ବାସିନ୍ଦ‌ା। ସେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ ଏବଂ ସେଠାରେ ନିଜ ପରିବାର ସହ ଅବସ୍ଥାନ କରିଥିଲେ। ତେବେ ତାଙ୍କ ବାପା ମା’ ହାଇଦ୍ରାବାଦ୍‌ରେ ଅବସ୍ଥାନ କରୁଛନ୍ତି। ପୁଲିସ ଏବେ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କିଛି ସ୍ଥାନୀୟ ଲୋକ ପୁଲିସରେ ଦେଇଥିବା ଖବର ଅନୁଯାୟୀ ଚନ୍ଦ୍ରଶେଖର କିଛି ଦିନ ହେବ ବିଷାଦ ମଧ୍ୟରେ ଥିଲେ। ତେଣୁ ସେ ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନଙ୍କୁ ଗୁଳି କରି ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଥାଇପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର