ଶ୍ରୀନଗର: ଶୁକ୍ରବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଚାଲିଥିବା ଗୁଳି ବିନିମୟରେ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ଅନନ୍ତନାଗରେ ଚାରି ଜଣ ଆତଙ୍କବାଦୀ ଛପି ରହିଛନ୍ତି ବୋଲି ଆମକୁ ସୂଚନା ମିଳିବା ପରେ ଆଜି ପ୍ରତ୍ୟୁଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଜଣେ ପୁଲିସ ସହିଦ ହେବା ସହ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ମୃତ ତିନି ଆତଙ୍କବାଦୀଙ୍କର ପରିଚୟ ମିଳିଛି। ସେମାନେ ହେଲେ ପୁଲ୍‌ଓ୍ଵାମାର ମଜିଦ୍‌, ଏଚ୍‌ଏମ୍‌ଟି ଶ୍ରୀନଗରର ଦାଉଦ୍‌ ଏବଂ ଭିଜବିହାରର ଆଦିଲ୍‌। ସେମାନେ ଆଇଏସ୍‌ଜେକେର ଅନୁବନ୍ଧିତ ବୋଲି ଖବର ମିଳିଛି।

ମହମ୍ମଦ୍‌ ୟୁସୁଫ୍‌ ବୋଲି ଜଣେ ସାଧାରଣ ନାଗରିକ ଗୁଳି ଚୋଟରେ ନିହତ ହେବା ସହ ସେନାର ଦୁଇ ଜଣ ସୈନିକ ଆହତ ହୋଇଛନ୍ତି।
ମିଳିତ ନିରାପତ୍ତା ବଳ କଡର୍ଣ୍ଣ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଆଜି ବିଦ୍ୟାଳୟ ଖୋଲିଥିବାରୁ ପୁଲିସ ଓ ସିଆର୍‌ପିଏଫ୍‌ଙ୍କ ସହ ଛାତ୍ର ଏବଂ ପ୍ରତିବାଦକାରୀଙ୍କ ସଂଘର୍ଷ ଘଟିଛି। ସଂଘର୍ଷ ପରେ ଉପତ୍ୟକାର ଅଧିକାଂଶ ସ୍ଥାନରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରି ଦିଆଯାଇଛି।