ଝାରଖଣ୍ଡ : ଓଡ଼ିଶାର ପଡୋଶୀ ରାଜ୍ୟ ଝାରଖଣ୍ଡରେ ପୁଣି ହିଂସା ଘଟାଇଛନ୍ତି ମାଓବାଦୀ। ଏହି ମାଓ ହିଂସାରେ ଜଣେ ଏଏସ୍‌ଆଇ ସମେତ ୪ ପୁଲିସ କର୍ମୀ ସହିଦ ‌ହୋଇଛନ୍ତି। ଝାରଖଣ୍ଡର ଲାତେହାରରେ ଆଜି ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହାପରେ ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠାଯିବା ସହ ସର୍ଚ୍ଚ ଅପରେସନ୍‌କୁୁ ଜୋରଦାର୍‌ କରାଯାଇଥିବା ସୂଚନା ମିଳିଛି।