ଆଇଆଇଟି କାନପୁର ନିର୍ମାଣ କଲା ୪ କିଲୋଗ୍ରାମ ଓଜନର ହେଲିକପ୍ଟର, ସେନାକୁ ମିଳିବ ସହାୟତା

କାନପୁର: କିଛି ନୂଆ ଓ ଭିନ୍ନ ପ୍ରୟାସ କରିବାରେ ଆଇଆଇଟି କାନପୁର( ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ଆଗରେ ରହିଥାଏ | ଆଉ ଏବେ ଏହି ଧାରାକୁ ବଜାୟ ରଖି ଆଇଆଇଟି କାନପୁର ଏବେ ଏମିତି ଏକ ହେଲିକପ୍ଟର ନିର୍ମାଣ କରିଛି, ଯାହାର ସାହାଯ୍ୟରେ ଭାରତୀୟ ସେନା ଯେକୌଣସି କଠିନ ପରିସ୍ଥିତିରେ ବି ଶତ୍ରୁପକ୍ଷଙ୍କୁ ସହଜରେ ମୁକାବିଲା କରିପାରିବ | ବଡ କଥା ଯେ ଏହି ହେଲିକପ୍ଟର ଲୁଚିଥିବା ଶତ୍ରୁଙ୍କୁ ଖୋଜିବା ସହ ଆପାତକାଳୀନ ସ୍ଥିତିରେ ଆହତ ଯବାନଙ୍କ ପାଖରେ ମେଡିକାଲ କିଟ ପହଞ୍ଚାଇବାରେ ମଧ୍ୟ ସହାୟକ ହୋଇପାରିବ |

ଏହି ହେଲିକପ୍ଟରର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଯେ ଏହାର ଓଜନ ମାତ୍ର ୪ କିଲୋଗ୍ରାମ | ମିଳିଥିବା ସୂଚନା ମୁତାବକ ଆଇଆଇଟି କାନପୁରର ଏରୋସ୍ପେସ ଇଂଜିନିୟରିଂ ବିଭାଗ ପକ୍ଷରୁ ଏହି ହାଲୁକା ହେଲିକପ୍ଟରର ନିର୍ମାଣ କରାଯାଇଛି | ଆଉ ଏହାକୁ ଏରୋ ଇଣ୍ଡିଆ-୨୦୨୧ରେ ପ୍ରଦର୍ଶିତ କରାଯାଇଥିଲା |


ତେବେ ଏରୋସ୍ପେସ ଇଂଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଅଭିଷେକଙ୍କ କହିବା ମୁତାବକ ଏହି ହେଲିକପ୍ଟରରେ କିଛି ଖାସ କ୍ୟାମେରା ଲଗାଯାଇଛି | ଯାହାକି ସେନ୍ସର ସହ ସଂଯୁକ୍ତ ଅଛି | ଏହି କ୍ୟାମେରା ୧୫ କିଲୋମିଟର ଦୂରରୁ ଭିଡିଓ ପଠାଇପାରିବ | ଏହି ହେଲିକପ୍ଟରଟି ମାଇନସ ୨୦ରୁ ୫୦ ଡିଗ୍ରୀ ତାପମାତ୍ରରେ ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ରିମୋଟ ଦ୍ୱାରା ଏହାକୁ ପରିଚାଳନା କରାଯାଇପାରିବ |

ସମ୍ବନ୍ଧିତ ଖବର