ହରିଆଣାର କର୍ଣ୍ଣଲରୁ ୪ ଜଣ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ହରିଆଣାର କର୍ଣ୍ଣଲରୁ ୪ ଜଣ ସଂଦିଗ୍ଧ ଖଲିସ୍ତ‌ାନୀ ଆତଙ୍କବାଦୀ ଧରା ପଡ଼ିଛନ୍ତି। ସୁରକ୍ଷା କର୍ମୀମାନେ କହିଛନ୍ତି ଯେ ଏହି ଆତଙ୍କବାଦୀମାନଙ୍କୁ ଡ୍ରୋନ୍‌ ଯୋଗେ ଅସ୍ତ୍ରଶସ୍ତ୍ର ପଠା ଯାଉଥିଲା। ଏହି ୪ ଜଣ ସଂଦିଗ୍ଧ ଖଲିସ୍ତ‌ାନୀ ଆତଙ୍କବାଦୀ ହେଉଛନ୍ତି ଗୁରୁପ୍ରୀତ, ଅମନଦୀପ, ପରମୀନ୍ଦର ଏବଂ ଭୁପିନ୍ଦର। ସେମାନେ ସମସ୍ତେ ପଞ୍ଜାବର।

ଏହି ସଂଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ପରେ ପୁଲିସ୍‌ ସେମାନଙ୍କ ନିକଟରୁ ଏକ ପିସ୍ତଲ ଏବଂ କିଛି ଲାଇଭ୍‌ କାଟ୍ରିଜ୍‌ ଜବତ କରିଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ପାକିସ୍ତାନର ଫେରୋଜପୁର ଜିଲ୍ଲାରୁ ଆତଙ୍କବାଦୀ ହରଜିନ୍ଦର ସିିଂହ ରିଣ୍ଡା ଡ୍ରୋନ୍‌ ଯୋଗେ ଏହି ସଂଦିଗ୍ଧ ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଉଥିଲା। ପୂର୍ବରୁ ବି ଆତଙ୍କବାଦୀମାନେ ଫେରୋଜପୁରରୁ ଅସ୍ତ୍ରଶସ୍ତ୍ର ଗ୍ରହଣ କରିଥିଲେ। କର୍ଣ୍ଣଲ ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ହରଜିନ୍ଦର ସିଂହ ପଞ୍ଜାବର ତାରନ ଜିଲ୍ଲାର। ୧୧ ବର୍ଷ ବୟସରେ ସେ ନିଜ ପରିବାର ସହ ମହାରାଷ୍ଟ୍ରର ନାଣ୍ଡେଡ୍‌ ସାହିବକୁ ସ୍ଥାନାନ୍ତରିତ ହୋଇଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ହରଜିନ୍ଦର ୧୮ ବର୍ଷ ବୟସରେ ଏକ ପାରିବାରିକ କଳହକୁ ତା’ର ଜଣେ ସଂପର୍କୀୟଙ୍କୁ ହତ୍ୟା କରିଥିଲା।

 

 

ସମ୍ବନ୍ଧିତ ଖବର