ଇନ୍ଦୋରରେ ରାମ ମନ୍ଦିରର କୂଅର ଛାତ ଭୁଶୁଡିବା ଘଟଣା: ୧୩ମୃତ, ୧୦ ଆହତ

ଇନ୍ଦୋର: ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ତେବେ ଏହି ପବିତ୍ର ଦିନରେ ଅନେକ ରାମ ମନ୍ଦିରରେ ଅଘଟଣ ହୋଇଥିବାର ଖବର ସାମ୍ନାକୁ ଆସୁଛି। ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ନିଆଁ ଲାଗିଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ମନ୍ଦିର କୂଅର ଛାତ ଭୁଶୁଡି ପଡ଼ିଥିଲା।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁତାବକ, ମଧ୍ୟପ୍ରଦେଶର ଇନ୍ଦୋରରେ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୨୩ଜଣ ତଳକୁ ଖସିପଡ଼ିଥିଲେ। ଏହି ଅଘଟଣରେ ୧୦ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସହରର ସ୍ନେହା ନଗର ଅଞ୍ଚଳରେ ଥିବା ଶ୍ରୀ ବାଲେଶ୍ୱର ମନ୍ଦିରରେ ଘଟିଥିଲା। ଏହି ମନ୍ଦିରରେ କୂଅ ଉପରେ ଛାତ ତିଆରି କରାଯାଇଥିଲା। ରାମ ନବମୀ ପାଇଁ ଅଧିକ ଶ୍ରଦ୍ଧାଳୁ ଆସିଥିବାରୁ ଏହି ଛାତ ଶ୍ରଦ୍ଧାଳୁଙ୍କ ଭାର ସହିନପାରି ଭୁଶୁଡିପଡ଼ିଥିଲା। ଏହା ଫଳରେ କୂଅର ଛାତ ଉପରେ ଥିବା ଶ୍ରଦ୍ଧାଳୁ ତଳକୁ ଖସି ପଡ଼ିଥିଲେ।

ଘଟଣା ଘଟିବା ପ‌ରେ ତୁରନ୍ତ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ବି ସେମାନେ ଠିକ ସମୟରେ ପହଞ୍ଚିନଥିଲେ। ଏହି କାରଣରୁ ୧୩ଜଣକ ଜୀବନ ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ।

ସମ୍ବନ୍ଧିତ ଖବର