ଆନ୍ଧ୍ରପ୍ରଦେଶର କଡ଼ପା ଜିଲ୍ଲାରେ ବର୍ଷା ଓ କୁଆପଥର ଯୋଗୁଁ ୪ ମୃତ,୫୫ ଆହତ

କଡ଼ପା: ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍‌ ସମୟରେ କଡ଼ପା ଜିଲ୍ଲା ଅନ୍ତର୍ଗତ ବୋନ୍ତିମିତ୍ତା ଗାଁ’ରେ ଅଚାନକ ମୂଷଳଧାରାରେ ବର୍ଷା ଏବଂ କୁଆପଥର ପଡ଼ିବା ଯୋଗୁଁ ୪ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ପାଖାପାଖି ୩୦ ଜଣ ଆହତ ହୋଇଛନ୍ତି।

ପ୍ରସିଦ୍ଧ କୋଦଣ୍ଡରାମ ମନ୍ଦିର ପରିସରରେ ରାମ ନବମୀ ଉତ୍ସବ ପାଳନର ଅଂଶ ସ୍ୱରୂପ ଶ୍ରୀରାମଙ୍କ ବିବାହ ଅନୁଷ୍ଠାନ ଉପଲକ୍ଷେ ହଜରା ହଜାର ଲୋକ ଏକତ୍ର ହୋଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ, ହଠାତ୍‌ ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ଯୋଗୁଁ ଉତ୍ସବ ପାଳନରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ୬ଟା ୪୫ ମିନିଟ୍‌ ବେଳକୁ ପ୍ରତିକୂଳ ପାଗ ଗଛବୃଚ୍ଛ ଏବଂ ବିଜୁଳି ଖୁଣ୍ଟ ଆଦି ଉପୁଡ଼ି ପଡ଼ିଥିଲା। ବିଜୁଳି ବିଭ୍ରାଟ ଯୋଗୁଁ ଘଟଣାସ୍ଥଳରେ ଖୁବ୍‌ କୋଳହଳମୟ ପରିସ୍ଥିତି ଉପୁଜି ଥିଲା।

ଉତ୍ସବରେ ଯୋଗ ଦେଇଥିବା ଭକ୍ତବୃନ୍ଦଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ଛାଉଣୀ ସବୁ ଭାଙ୍ଗି ପଡ଼ିବାରୁ ଅନେକେ ଆହତ ହେବା ସହ ୪ ଜଣଙ୍କର ଜୀବନହାନୀ ଘଟିଥିଲା। ଆହତମାନଙ୍କୁ ଆର୍‌ଟିସି ବସ୍‌ ଯୋଗେ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ମଧ୍ୟ ରାତ୍ରୀ ଯାଏଁ କର୍ତ୍ତୃପକ୍ଷମାନେ ମୃତାହତମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲୁ ରଖିଥିଲେ।

କଡ଼ପା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜଣାଇଛନ୍ତି କି, ଦୁର୍ଘଟଣା ଘଟିବା ସମୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମନ୍ଦିର ପରିଧିରେ ନ ଥିଲେ। ସେ ରାତି ୮ ବେଳେ ଦିଅଁଙ୍କୁ ଦିବ୍ୟ ବସ୍ତ୍ର ପ୍ରଦାନ କରି ଥାଆନ୍ତେ। କିନ୍ତୁ, ପ୍ରତିକୂଳ ପାଗ ଯୋଗୁଁ ତାଙ୍କୁ ଅତିଥି ଭବନରେ ଛାଡ଼ିବାକୁ ମନା କରାଯାଇଥିଲା।

ସମ୍ବନ୍ଧିତ ଖବର