ଢାକା: ଜାତିସଂଘର ସହଯୋଗୀ ସଂଗଠନ ୟୁଏନ୍ଏଚ୍ସିଆର୍ଙ୍କ ରିପୋର୍ଟ ମୁତାବକ, ଗତ ୨ମାସ ମଧ୍ୟରେ ମିଅାଁମାରରୁ ପ୍ରାୟ ୩ ଲକ୍ଷ ୩୦ହଜାରରୋହିଙ୍ଗ୍ୟା ମୁସଲିମ୍ ପଳାୟନ କରିଛନ୍ତି। ଏହି ଶରଣାର୍ଥୀମାନେ ବାଂଲାଦେଶର ୨ଟି ଶିବିରରେ ରହିଥିଲେ, ଯେଉଁଠାର ଅବସ୍ଥା ବହୁତ ଖରାପ ଥିଲା। ମୁଖ୍ୟକଥା ହେଲା ଯେ, ରୋହିଙ୍ଗ୍ୟାମାନେ ବାଂଲାଦେଶ ଓ ମିଅାଁମାର ସୀମାରେ ପ୍ରବାହିତ ହେଉଥିବା ନଦୀର ଅବବାହିକା ଅଞ୍ଚଳରେ ଥିବା ବସ୍ତିରେ ରହୁଥିଲେ । ପ୍ରବଳ ବର୍ଷା ହେବାରୁ ଏହି ଶରଣାର୍ଥୀଙ୍କ ଝାଟିମାଟିରେ ତିଆରି ହୋଇଥିବା ଘର ଭାଙ୍ଗି ଯାଇଥିଲା। ପୁଣି ଏତେ ସଂଖ୍ୟାରେ ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିବା ସହଜ ହୋଇ ନ ଥିବାରୁ ସେମାନେ କ୍ରମାଗତ ଭାବେ କ୍ଷୁଧାର ଶିକାର ହୋଇଥିଲେ।
ବାଂଲାଦେଶର କୋକ୍ସ ବଜାରରେ ଥିବା ୨ଟି ଶିବିରରେ ଗତ ଅଗଷ୍ଟ ୨୫ ପୂର୍ବରୁ ୩୪ ହଜାରରୋହିଙ୍ଗ୍ୟା ମୁସଲିମ୍ ଶରଣାର୍ଥୀ ରହୁଥିଲେ। କିନ୍ତୁ ଏବେ ଏହି ସଂଖ୍ୟା ୪ ଲକ୍ଷ ୩୬ହଜାରରେ ପହଞ୍ଚିଛି। ଏଠାରେ ଏବେ ଲୋକଙ୍କ ରହିବା ପାଇଁ ସ୍ଥାନର ଅଭାବ ଦେଖାଯାଉଛି। ଏଥିରେ ଥିବା ଶରଣାର୍ଥୀଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା। ମହିଳାଙ୍କ ମଧ୍ୟରୁ ଅଧିକାଂଶ ନବଜାତ ମାନଙ୍କ ସହିତ ଆସିଛନ୍ତି।
ପୁଲିସ ଶିବର ଉପରକୁ ଆକ୍ରମଣ : ବାଂଲାଦେଶର ରଖାଇନ ଅଞ୍ଚଳରେ ଗତ ଅଗଷ୍ଟ ୨୫ରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ରୋହିଙ୍ଗ୍ୟା ମୁସଲିମ୍ ବାଳକମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏହା ପରେ ପୁଲିସ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। କାର୍ଯ୍ୟାନୁଷ୍ଠାନର ଫଳ ଏମିତି ହେଲା ଯେ, ରୋହିଙ୍ଗ୍ୟା ମୁସଲିମ୍ମାନଙ୍କୁ ବାଂଲାଦେଶ ଛାଡ଼ିବାକୁ ପଡ଼ିଥିଲା। ରୋହିଙ୍ଗ୍ୟାଙ୍କ ସମ୍ପର୍କରେ ବାଂଲାଦେଶୀ ସେନା କହିଛି, ରୋହିଙ୍ଗ୍ୟା ପିଲାମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ।