ଶୋପିଆଁ ବାଟେ ଅନୁପ୍ରବେଶ କରି ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ୪ ଜଣ ଲଶ୍କର୍‌ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଥିବା ଭାରତୀୟ ସେନା ଏବଂ ଅନ୍ୟାନ୍ୟ ନିରାପତ୍ତା ବଳଙ୍କ ଛାଉଣି ଉପରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର୍‌-ଏ-ତୈବା ଯୋଜନା କରୁଥିବା କଥା ଗୁଇନ୍ଦା ବିଭାଗ ସୂଚନା।

ସମ୍ବା ଜିଲ୍ଲାରେ ଥିବା ବାରି ବ୍ରାହ୍ମଣ କ୍ୟାମ୍ପ୍‌ ଏବଂ ଜମ୍ମୁ ଅଞ୍ଚଳରେ ଥିବା ସୁଞ୍ଜଓ୍ଵା ଏବଂ କାଲୁଚକ ଆର୍ମି କ୍ୟାମ୍ପ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି।

ଶୋପିଆଁ ଅଞ୍ଚଳ ଦେଇ ଅନୁପ୍ରବେଶ କରିବା ପରେ ଜମ୍ମୁରେ ପହଞ୍ଚିବାକୁ ଆତଙ୍କବାଦୀମାନେ ଯୋଜନା କରୁଥିବା କଥା ସୂଚନାରେ କୁହାଯାଇଛି।
ଭାରତରେ ପ୍ରବେଶ କରିବାକୁ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ୫୦ ଜଣ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଥିବା କଥା ଗୁଇନ୍ଦା କହିଛି। ଗୁଲ୍‌ମାର୍ଗରୁ ଗିରଫ କରାଯାଇଥିବା ଦୁଇ ଜଣ ଆତଙ୍କବାଦୀଙ୍କ ଠାରୁ ଏହି ତଥ୍ୟ ମିଳିଥିଲା।

Image Source: India Today

ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବାରେ ଆତଙ୍କବାଦୀମାନଙ୍କୁ ସହାୟତା କରିବାକୁ ନିୟନ୍ତ୍ରଣ ରେଖା ଅଞ୍ଚଳର ଜୋହଲି, ବାର୍ଗି ଏବଂ ନୂଆ ବାଥ୍‌ଲା ଠାରେ ପାକିସ୍ତାନୀ ଆର୍ମି ତା’ର ପୋଷ୍ଟ୍‍ଗୁଡ଼ିକୁ ବ୍ୟବହାର କରୁଛି। ଆତଙ୍କବାଦୀମାନେ କାଚରବନ ଲଞ୍ଚିଙ୍ଗ୍‌ ପ୍ୟାଡ୍‌ରେ ଅପେକ୍ଷା କରିଛନ୍ତି।
କଶ୍ମୀର ଉପତ୍ୟକାରେ ଥିବା ଧାର୍ମୀୟ ସ୍ଥାନଗୁଡ଼ିକରେ ଆକ୍ରମଣ କରିବାକୁ ମଧ୍ୟ ଆଇଏସ୍‌ଆଇ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ଆଦେଶ ଦେଇଥିବା କଥା ପୂର୍ବରୁ ଗୁଇନ୍ଦା ସୂଚନା ଦେଇଥିଲା।

ସମ୍ବନ୍ଧିତ ଖବର