ମାଲକାନଗିରି: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ୪ ମାଓବାଦୀ ପ୍ରାଣ ହରାଇଥିବା ଜଣାଯାଇଛି। ଜାଂଗଲା ଥାନା ଅନ୍ତର୍ଗତ ଛୋଟେ ତୁଙ୍ଗାଲି ଜଂଗଲରେ ଯବାନଙ୍କ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି। ଏହାଛଡ଼ା ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଡିଆରଜି ଯବାନଙ୍କ ପକ୍ଷରୁ ସର୍ଚ ଅପରେସନ ଜାରି ରହିଛି।