ନୂଆଦିଲ୍ଲୀ : ଶାସକ ଏନ୍ପିପି (ନେସନାଲ ପିପୁଲ୍ସ ପାର୍ଟି) ସମେତ ମେଘାଳୟର ୪ ଜଣ ବିଧାୟକ ବୁଧବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ମେଘାଳୟ ପାଇଁ ବିଜେପିର ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ୪ ଜଣ ଅଭିଜ୍ଞ ରାଜନେତା ବିଜେପିରେ ଯୋଗ ଦେଇଛନ୍ତି। ମେଘାଳୟରେ ବିଜେପି ପାଇଁ ଆଗକୁ ଏକ ନୂଆ ଆରମ୍ଭ ହେବାକୁ ଯାଉଛି ବୋଲି ଶର୍ମା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ମାତ୍ର ୨ଟି ଆସନରେ ଜିତିଥିଲା। ଶାସକ ଏନ୍ପିପି ବିଜେପି ନେତୃତ୍ବାଧୀନ ଏନ୍ଡିଏର ମେଣ୍ଟ ସଦସ୍ୟ ହୋଇଥିଲେ ସୁଦ୍ଧା ବିଜେପି ଏବଂ ଏନ୍ପିପି ମଧ୍ୟରେ ସମ୍ପର୍କ ସେତେ ସୁଦୃଢ଼ ନାହିଁ। ଏନ୍ପିପିର ବେନେଡିଜ ମାରକ , ଫେର୍ଲିନ ସାଙ୍ଗମା , ସାମୁଏଲ ଏମ୍ ସାଙ୍ଗମା (ସ୍ବାଧୀନ) ଏବଂ ଟିଏମ୍ସିର ହିମାଳୟ ମୁକ୍ତାନ ଶାଙ୍ଗପ୍ଲିଆଙ୍ଗ ବିଜେପିରେ ଯୋଗ ଦେଇଛନ୍ତି।