ଶ୍ରୀନଗର: ବୁଧବାର ଦିନ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ମୋହ୍ଲୋରା ଗାଁରେ ଏନ୍କାଉଣ୍ଟର୍ ଯୋଗୁଁ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ମଙ୍ଗଳବାର ରାତିରୁ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ନିହତ ହୋଇଥିବା ଚାରିଜଣ ଆତଙ୍କବାଦୀ ଥିଲେ ‘ଅନ୍ସାର୍ ଗଜୱତ୍-ଉଲ୍-ହିନ୍ଦ୍’ ନାମକ ଆତଙ୍କବାଦୀ ସଂଗଠନର ସଦସ୍ୟ। ନିହତ ଆତଙ୍କବାଦୀମାନଙ୍କ ମଧ୍ୟରେ ଜଣେ ଥିଲେ ଉକ୍ତ ଆତଙ୍କବାଦୀ ସଂଗଠନର ଶୀର୍ଷସ୍ତରୀୟ କମାଣ୍ଡର୍।
Image Source: Hindustan Timesମଙ୍ଗଳବାର ବିଳମ୍ବିତ ରାତ୍ରୀରେ ସେନାବାହିନୀର ୫୫ ଆର୍ଆର୍, ଶୋପିଆଁ ପୁଲିସ ଏବଂ ସିଆର୍ପିଏଫ୍ର ମିଳିତ ଦଳ ମେହ୍ଲୋତ୍ରା ଗାଁ ସିଜ୍ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ କେତେକ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପାଇବା ପରେ ଅଭିଯାନ ଆରମ୍ଭ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ସନ୍ଦିଗ୍ଧ ସ୍ଥାନ ଆଡ଼କୁ ମିଳିତ ଦଳ ଚେତାବନୀ ଦେଇ କେତେ ରାଉଣ୍ଡ୍ ଗୁଳି ଚଳାଇବା ପରେ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ଗୁଳି ବିନିମୟ ଚାଲିଥିବା ବେଳେ ଆତଙ୍କବାଦୀମାନେ କର୍ଡନ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ଫଳରେ ଦୀର୍ଘ ସମୟ ଏନ୍କାଉଣ୍ଟର୍ ଲାଗି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/jk-1.jpg)