ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲିଲା,ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି । ଏହା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲାଯାଇଛି । ଫଳରେ ଏବେ ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏବେ ଜଳପତ୍ତନ ରହିଛି ୬୨୯.୯ ଫୁଟ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୦ ହଜାର ୨୫୧ ଘନଫୁଟ ଜଳ ପ୍ରବେଶ କରୁଛି ବୋଲି ଜଣାପଡ଼ିଛି ।

ଗତ ଅଗଷ୍ଟମାସରେ ଛତିଶଗଡ଼ ଓ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବିପଦସଂକେତ ନିକଟବର୍ତ୍ତୀ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୪୬ଟି ଗେଟ ଖୋଲା ଯାଇଥିଲା । ଏହାଯୋଗୁଁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା ।

ସମ୍ବନ୍ଧିତ ଖବର