ମହାରାଷ୍ଟ୍ର ଓ ଛତିଶଗଡ଼ରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର; ୪ ନକ୍ସଲ ମୃତ

ମୁମ୍ବାଇ/ ରାୟପୁର: ଦୁଇଟି ପୃଥକ ପୃଥକ ଘଟଣାରେ ଆଜି (ସୋମବାର) ୪ ଜଣ ନକ୍ସଲ ସୁରକ୍ଷା ବାହିନୀ ହାତରେ ମୁତ୍ୟୁ ବରଣ କରିଥିବା ଜାଣିବାକୁ ମିଳିଛି। ଆଜି ପୂର୍ବାହ୍ଣରେ ମହାରାଷ୍ଟ୍ରର ଗାଡ଼ଚିରୋଲି ଅଞ୍ଚଳରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଜଣ ନକ୍ସଲ ହରାଇଥିବା ବେଳେ ଅପରାହ୍ଣରେ ଛତିଶଗଡ଼ର ଦାନ୍ତେଓ୍ଵାଡ଼ାରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ କରାଯାଇଥିବା ଅନ୍ୟ ଏକ ଏନ୍‌କାଉଣ୍ଟରରେ ଆଉ ୨ ନକ୍ସଲ ପ୍ରାଣ ହରାଇଥିବା ଜାଣିବାକୁ ଚାଲିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆସନ୍ତାକାଲି (ମଙ୍ଗଳବାର) ଛତିଶଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ଛତିଶଗଡ଼ର ଦାନ୍ତେଓ୍ଵାଡ଼ାରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ନକ୍ସଲ ଓ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଯିବାରୁ ଉଭୟଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏହି ଘଟଣାରେ ସୁରକ୍ଷା ବାହିନୀର ଗୁଳିରେ ଦୁଇ ନକ୍ସଲ ପ୍ରାଣ ହରାଇଥିଲେ। ସେହିପରି ମହାରାଷ୍ଟ୍ର ପୁଲିସ୍‌ ପକ୍ଷରୁ ଗଡ଼ଚିରୋଲି ଜିଲ୍ଲାର ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ଏନ୍‌କାଉଣ୍ଟର ଘଟି ୨ ନକ୍ସଲ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର