ଶପଥ ନେଲେ ସୁପ୍ରିମ କୋର୍ଟର ୪ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪ ଜଣ ନୂଆ ବିଚାରପତି ଆଜି ଶପଥ ନେଇଛନ୍ତି। ସେମାନେ ହେଲେ ବିଚାରପତି ବି.ଆର. ଗଭାଇ, ସୂର୍ଯ୍ୟ କାନ୍ତ, ଅନିରୁଦ୍ଧ ବୋଷ ଏବଂ ଏ. ଏସ୍‌. ବୋପାନ୍ନା। ଏହି ୪ ଜଣ ନୂଆ ବିଚାରପତି ଶପଥ ନେବା ପରେ ସୁପ୍ରିମକୋର୍ଟର ସବୁ ବିଚାରପତି ପଦବି ପୂରଣ ହୋଇଛି। ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଆଜି ଶପଥ ନେଇଥିବା ୪ ଜଣ ବିଚାରପତିଙ୍କ ମଧ୍ୟରୁ ୨ ଜଣ ବରିଷ୍ଠତା ଦୃଷ୍ଟିରୁ ଆଗାମୀ ଦିନରେ ପ୍ରଧାନ ବିଚାରପତି ହେବେ। ସେମାନେ ହେଲେ ଜଷ୍ଟିସ ବି. ଆର୍‌. ଗଭାଇ ଏବଂ ସୂର୍ଯ୍ୟ କାନ୍ତ। ୨୦୨୫ ମସିହାରେ ପ୍ରାୟ ୬ ମାସ ପାଇଁ ଜଷ୍ଟିସ ଗଭାଇ ପ୍ରଧାନ ବିଚାରପତି ହେବେ। ଅବସରପ୍ରାପ୍ତ ପ୍ରଧାନ ବିଚାରପତି କେ. ଜି. ବାଲକ୍ରିଷ୍ଣନଙ୍କ ପରେ ‌ତଫସିଲଭୁକ୍ତ ଜାତିର ଦ୍ବିତୀୟ ବ୍ୟକ୍ତି ଭାବେ ବିଚାରପତି ଗଭାଇ ଦ୍ବିତୀୟ ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ଲାଭ କରିବେ। ବିଚାରପତି ଗଭାଇଙ୍କ ପରେ ୨୦୨୫ ନଭେମ୍ବରରେ ବିଚାରପତି ସୂର୍ଯ୍ୟ କାନ୍ତ ସୁପ୍ରିମ ‌କୋର୍ଟର ପ୍ରଧାନ ବିଚାରପତି ହେବେ।

ସମ୍ବନ୍ଧିତ ଖବର