ନୂଆଦିଲ୍ଲୀ : ଓଡ଼ିଶାରେ ଆଉ ୪ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ । ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ କେନ୍ଦୁଝର ଜିଲ୍ଲାରେ ୨ଟି ଏବଂ ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁରଠାରେ ଏହି ବିଦ୍ୟାଳୟଗୁଡ଼ିକ ସ୍ଥାପନ ହେବ। ଦେଶରେ ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଓଡ଼ିଶାର ଉପରୋକ୍ତ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ୫୦ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଲେ ଦେଶରେ ପାଖାପାଖି ୫୦ ହଜାର ଛାତ୍ରଛାତ୍ରୀ ଉଚ୍ଚ ଗୁଣବତ୍ତା ଯୁକ୍ତ ଶିକ୍ଷା ଲାଭ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ଖୋଲିବ ଆଉ ୪ କେନ୍ଦ୍ରୀୟ ବିଦ୍ୟାଳୟ
/sambad/media/post_attachments/wp-content/uploads/2019/03/kendriya_vidyalayaf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)