କୂଅ ଭିତରକୁ କାର ଖସି ଗୋଟିଏ ପରିବାରର ୪ ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟର ମହାବୁବାବାଦ ଜିଲ୍ଲାର କେଶମୁଦରମ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କୂଅ ଭିତରକୁ କାର ଖସି ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ କାରରେ ୭ଜଣ ଲୋକ ଯାଉଥିଲେ।

କେଶମୁଦରମ ବାଇପାସ ରାସ୍ତାରେ କାରଟି ଦ୍ରୁତ ଗତିରେ ଯାଉଥିବାବେଳେ ରାସ୍ତା କଡେ ଥିବା ଏକ ଖୋଲା କୁଅରେ ପସିଯାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ୨ ପୁରୁଷ ଓ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବାନୋଥ ଭାଦ୍ରୁନାୟକ, ବାନୋଥ ଆଚ୍ଛାମା, ଲଲିଥା ଓ ସୁରେଶ। ସମସ୍ତେ ପଡୋଶୀ ଭଦ୍ରାଦ୍ରି କୋଠାଗୁଡେମ ନିକଟ ଟେକୁଲାପାଲ୍ଲୀର ବୋଲି ପୁଲିସ ଚିହ୍ନଟ କରିଛି। ଆଉ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ମହାବୁବାବାଦ ଆଞ୍ଚଳିକ ହସ୍ପିଟାଲରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର