ଗୁରୁଗ୍ରାମ : ମଙ୍ଗଳବାର ଗୁରୁଗ୍ରାମର ଏମାର ପାମ୍ ହିଲ୍ସଠାରେ ଥିବା ଏକ କୋଠାର ୧୭ ମହଲାରେ ଏକ ଟାୱାର କ୍ରେନ୍ରେ ଚଢ଼ି କାମ କରୁଥିବା ବେଳେ ଚାରିଜଣ ବ୍ୟକ୍ତି ତଳେ ପଡ଼ି ମୃତ୍ୟୁବରଣ କରିଛନ୍ତି। ସମସ୍ତ ଚାରିଜଣ ଯାକ ହେଉଛନ୍ତି ବିହାରର ବାସିନ୍ଦା। ସେମାନଙ୍କ ମଧ୍ୟରୁ ନବୀନ ତିୱାରି (୨୨) ଥିଲେ ଜଣେ ଆଇଟିଆଇ ଡିପ୍ଲୋମାଧାରୀ। ଠିକାଦାରଙ୍କ ଅଧୀନରେ ବିନା ସୁରକ୍ଷାରେ ଏତେ ଉଚ୍ଚତାରେ କାମ କରିବାକୁ ଭୟ ଲାଗୁଥିବାରୁ ସେ କାମ ଛାଡ଼ି ଦେବା ପାଇଁ ଚାହୁଥିଲେ ଏବଂ ଅନ୍ୟତ୍ର କାମ ଅନ୍ବେଷଣ କରୁଥିଲେ। ବିହାରର ଛାପ୍ରା ଜିଲ୍ଲାରେ ତାଙ୍କ ଘର। ପଞ୍ଚମ କର୍ମଚାରୀ ରାଜକିଶୋର ତଳେ ପଡ଼ୁପଡ଼ୁ ଏକ ସୁରକ୍ଷା ଜାଲରେ ଲଟକି ବଞ୍ଚିଯାଇଥିଲେ।
ସ୍ଥାନୀୟ ଖେରକି ଦୌଲା ପୁଲିସ ପକ୍ଷରୁ ଠିକାଦାର ମଞ୍ଜୁଷ କୁମାର, ପ୍ରକଳ୍ପ ନିର୍ଦ୍ଦେଶକ ବିୟୁମ କୈଶ ଓ ଟାୱାର ଦାୟିତ୍ବରେ ଥିବା ସୁରେଶ କାଟ୍ୟାଲ ପ୍ରମୁଖଙ୍କ ଦାୟିତ୍ବହୀନତା ବିରୋଧରେ ମାମଲା ରୁଜୁ କରାଯାଇଛି।
ଗୁରୁଗ୍ରାମରେ ବହୁତଳ କୋଠାରୁ ପଡ଼ି ୪ ମୃତ
/sambad/media/post_attachments/wp-content/uploads/2022/08/gurugoan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)