ନିଷ୍ଠୁରତାର ସୀମା ଟପିଲେ ଲୋକେ: ଅଳିଆଗଦାରେ ଶୋଇଥିବା ୪ଟି କୁକୁର ଛୁଆକୁ ଜିଅନ୍ତା ଜାଳିଲେ

ହାଇଦ୍ରାବାଦ୍‌ : ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଅଳିଆଗଦାରେ ଶାନ୍ତିରେ ଶୋଇଥିବା ବେଳେ କିଛି ଲୋକ ୪ଟି କୁକୁର ଛୁଆଙ୍କୁୁ ଜିଅନ୍ତା ଜାଳିଦେବା ଘଟଣା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । ଏହି ଘଟଣା ପରେ ୪ଟି କୁକୁରଙ୍କ ମଧ୍ୟରୁ ୩ଟିର ମୃତ୍ୟୁ ଘଟିିଛି । ଅନ୍ୟପକ୍ଷରେ ଅଧା ପୋଡ଼ିଯାଇଥିବା କୁକୁର ଛୁଆକୁ ପଶୁ ଡ଼ାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଏହି ଘଟଣା ପଛରେ କାହାର ହାତ ରହିଛି ସେମାନଙ୍କର ପରିଚୟ ମିଳି ପାରି ନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Eisamay

ସୂଚନା ମୁତାବକ, ଏହି ଘଟଣାଟି ଶନିବାର ଘଟିଥିବା ବେଳେ ପଶୁ କଲ୍ୟାଣ ସଂଗଠନର ଜଣେ ସଦସ୍ୟ ନଭେମ୍ବର ୫ରେ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ପ୍ରାଥମିକ ତଦନ୍ତରୁ କୌଣସି କାରଣ ନ ଥାଇ ସ୍ଥାନୀୟ ଲୋକମାନେ ଏଭଳି ଅପରାଧ କରିଥିବା ଜାଣିବାକୁ ପାଇଛି ପୁଲିସ । ଯେଉଁଥି ପାଇଁ ୩ଜଣ କୁକୁର ଛୁଆଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି । ଅଭିଯୋଗ ହେବା ପରେ ପୁଲିସକୁ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର