ଭାରତ ମହାସାଗରରେ ୪ଟି ରାଫେଲ ବିମାନ କଲେ ରଣନୈତିକ ଅଭିଯାନ; ପ୍ରଦର୍ଶନ କଲେ ଯୁଦ୍ଧ କ୍ଷମତା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ୍‌)ର ୪ଟି ରାଫେଲ ଲଢୁଆ ବିମାନ ଭାରତ ମହାସାଗର ଅଞ୍ଚଳରେ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଏକ ରଣନୈତିକ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ କାଳରେ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନଗୁଡ଼ିକ ସେମାନଙ୍କର ଦୀର୍ଘ ଦୂରତାର ଯୁଦ୍ଧ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିଲା।
ପୂର୍ବ ସେକ୍ଟରର ହାସିମାରା ବାୟୁସେନା ଷ୍ଟେସନରୁ ଉଡ଼ାଣ ଭରିଥିବା ଏହି ବିମାନଗୁଡ଼ିକ ବିଭିନ୍ନ ଯୁଦ୍ଧ କୌଶଳ ଓ ସିମୁଲେଟେଡ୍‌ ଅପରେସନ୍‌ ସହିତ ମିଶନ କରିଥିଲେ ଏବଂ ଆଶାନୁରୂପ ଫଳାଫଳ ହାସଲ କରିବା ପରେ ବେସ୍‌କୁ ଫେରି ଆସଥିଲେ।

ଉଲ୍ଲେଖଯୋଗ୍ୟ, ଭାରତୀୟ ନୌସେନାର ପଛ ଅଗଣା କୁହାଯାଉଥିବା ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ ନିଜର ଉପସ୍ଥିତି ବଢ଼ାଉଥିବା ବେଳେ ଭାରତୀୟ ବାୟୁସେନା ଏହି ଅଭିଯାନ ଚଳାଇଛି। ୪ଟି ରାଫେଲ ବିମାନର ମିଶନ ବିଭିନ୍ନ ଚ୍ୟାଲେଞ୍ଜିଂ ପରିସ୍ଥିତିର ମୁକାବିଲା କରିବାରେ ସେମାନଙ୍କର କାର୍ଯ୍ୟଦକ୍ଷତା ଏବଂ ପ୍ରସ୍ତୁତିକୁ ଏହି ଅଭିଯାନ କାଳରେ ଦର୍ଶାଇଥିବା କୁହାଯାଉଛି।

ବାୟୁସେନା ମଧ୍ୟ ଏହି ମିଶନ ବିଷୟରେ ଟୁଇଟ୍‌ କରି କହିଛି; ବାୟୁସେନାର ୪ଟି ରାଫେଲ ଆଇଓଆରରେ ୬ ଘଣ୍ଟାରୁ ଅଧିକ ସମୟ ଧରି ଲମ୍ବା ଦୂରତା ଅଭିଯାନ ଚଳାଇଥିଲେ। ଏହି ବିମାନଗୁଡ଼ିକ ସେମାନଙ୍କ ୱେପନ୍‌ ରିଲିଜ୍‌ ପଏଣ୍ଟକୁ ଯିବା ବାଟରେ ଏକ ବିଶାଳ ଫୋର୍ସ ମୁତୟନ ମଧ୍ୟ ଦେଇ ‘ଲଢ଼େଇ’ କରିଥିଲେ। ଠିକ୍‌ ସମୟରେ ଟାର୍ଗେଟରେ ଅସ୍ତ୍ରଶସ୍ତ୍ର ମାଡ଼ କରିବା- ବାୟୁସେନାର ଉପାୟ!

ତେବେ, ବାୟୁସେନା ଅପରେସନ୍‌ର ଦିନ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

ରୁଷରୁ ସୁଖୋଇ ବିମାନ ଆମଦାନି ହେବା ପରେ ଗତ ୨୩ ବର୍ଷ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫେଲ ଯୁଦ୍ଧ ବିମାନ। ରାଫେଲ ଯୁଦ୍ଧ ବିମାନ ଅନେକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ ଓ ସମର୍ଥ।

ସମ୍ବନ୍ଧିତ ଖବର