ମେ ଶେଷ ସପ୍ତାହରେ ଭାରତରେ ପହଞ୍ଚିବ ୪ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଆସନ୍ତା ମେ ମାସ ଶେଷ ସପ୍ତାହ ସୁଦ୍ଧା ଭାରତରେ ୪ଟି ରାଫେଲ ବିମାନ ପହଞ୍ଚିବ । ତାପରେ ପ୍ରତି ୪୫ ଦିନରେ ଗୋଟିଏ ଲେଖାଏଁ ରାଫେଲ ବିମାନ ପହଞ୍ଚିବ ଓ ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

ଇକୋନୋମିକ ଟାଇମ୍ସ ଗ୍ଲୋବାଲ ବିଜନେସ ସମିଟ୍‌ରେ ଯୋଗ ଦେଇ ସେ କହିଛନ୍ତି ଯେ ୨୦୨୫ ସୁଦ୍ଧା ଭାରତର ପ୍ରତିରକ୍ଷା ଶିଳ୍ପ ଏକ ୨୬ ବିଲିୟନ ଡଲାର ଉଦ୍ୟୋଗରେ ପରିଣତ ହେବ । ତେବେ ଭାରତକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ହେଲେ ଆହୁରି ଅନେକ କିଛି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଚୀନ ସଂପର୍କରେ ସେ କହିଛନ୍ତି ଯେ ଚୀନ ସହ ଭାରତର ସଂପର୍କରେ ଉନ୍ନତି ହୋଇଛି ଓ ବିପଦର କୌଣସି ଆଶଙ୍କା ନାହିଁ ।

Image Source: Zee News

ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ସିଧାସଳଖ ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ବାୟୁସେନା ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର