ଗୁଜରାଟ: ଓଧାବ ଅଞ୍ଚଳରେ କୋଠା ଭୁଶୁଡ଼ିଲା କୋଠା; ୪ ଉଦ୍ଧାର: କିଛି ଲୋକେ ଚାପି ହୋଇ ରହିଥିବା ଆଶଙ୍କା

ଅହମଦାବାଦ: ରବିବାର ଦିନ ଓଧାବ ଅଞ୍ଚଳରେ ଦୁଇ ଦଶନ୍ଧି ତଳେ ଏକ ସରକାରୀ ଗୃହ ନିର୍ମାଣ ଯୋଜନାରେ ନିର୍ମିତ ଦୁଇଟି ବିଲ୍‌ଡିଙ୍ଗ୍‌ ବ୍ଲକ୍‌ ଭୁଶୁଡ଼ି ପଡ଼ିବାରୁ ଭଗ୍ନସ୍ତପ ତଳେ ଚାପି ହୋଇ ରହିଥିବା ଲୋକମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ତଥାପି କିଛି ଲୋକ ଭଗ୍ନସ୍ତପ ତଳେ ରହିଯାଇଥିବା ଆଶଙ୍କା ହେଉଛି ବୋଲି ଅଧିକାରୀମାନେ କହୁଛନ୍ତି। ଚାରି ମହଲାବିଶିଷ୍ଟ ଦୁଇଟି ବ୍ଲକ୍‌ର ଭଗ୍ନସ୍ତପ ତଳୁ ଲୋକମାନଙ୍କୁ ଉଦ୍ଧାର କରିବାକୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବଳର (ଏନ୍‌ଡିଆର୍‌ଏଫ୍‌) ଏକ ଦଳ ଏବଂ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଛି ବୋଲି ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପସିଂ ଜାଦେଜା କହିଛନ୍ତି।

ଉଦ୍ଧାର କାର୍ଯ୍ୟ ନିମନ୍ତେ ଏହି ଦଳମାନେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି।

ଜାଦେଜା କହିଛନ୍ତି: କୋଠାଟି ଯେ କୌଣସି ମୁହୂର୍ତ୍ତରେ ଧସିଯିବ ବୋଲି ଜଣାପଡ଼ିବା ପରେ ଗତକାଲି ଅହମଦାବାଦ ପୌର ନିଗମ ସେଇଟିକୁ ଖାଲି କରାଇଥିଲେ। କିନ୍ତୁ, କିଛି ବାସିନ୍ଦା ଆଜି ପୁଣି ଫେରି ଆସିଥିଲେ। କୋଠା ଭୁଶୁଡ଼ିବା ସମୟରେ ସେମାନେ ଭିତରେ ଥିଲେ।

ଜାଦେଜା କହନ୍ତି: ଭଗ୍ନସ୍ତପ ତଳେ ସମ୍ଭବତଃ ୮ ରୁ ୧୦ ଜଣ ଲୋକ ଚାପି ହୋଇ ରହିଯାଇଛନ୍ତି, କିନ୍ତୁ ପ୍ରକୃତ ସଂଖ୍ୟା ଜଣା ପଡ଼ିନାହିଁ।
ଏଏମ୍‌ସି ଆସିଷ୍ଟାଣ୍ଟ୍‌ ଚିଫ୍‌ ଫାୟାର ଅଫିସର୍‌ ରାଜେଶ ଭଟ୍ଟ କହିଛନ୍ତି: ଏ ପର୍ଯ୍ୟନ୍ତ ଚରି ଜଣଙ୍କୁ ଉଦ୍ଧାର କରାଯାଇଛି।

ଏଏମ୍‌ସି କମିସନର୍‌ ବିଜୟ ନେହେରା କହିଛନ୍ତି: ପ୍ରତ୍ୟେକରେ ୧୫୦ ଜଣ ବାସ କରୁଥିବା ସରକାରୀ କଲୋନି କୋଠାର ଦୁଇ ବିଲ୍‌ଡିଙ୍ଗ୍‌ ବ୍ଲକ୍‌ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

କୋଠାର ଜୀର୍ଣ୍ଣ ଅବସ୍ଥା ଦେଖି ଗତକାଲି ଆମେ ଲୋକମାନଙ୍କୁ ସ୍ଥାନାନ୍ତର କରିଥିଲୁ। ୩୨ଟି ଫ୍ଲାଟ୍‌ରୁ ପ୍ରାୟ ୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ, କିଛି ଲୋକ ଫେରି ଆସିଥିଲେ।

ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର