ବିଡ୍: ମୃତ୍ୟୁ କେତେବେଳେ କିପରି ଆସିବ କେହି ପାରିବେନି। ମଣିଷର ଖୁସି, ଦୁଃଖ ତା ପାଖରେ ସବୁ ସମାନ। ଆଉ ସମସ୍ତଙ୍କଠାରୁ ହଠାତ୍ ସବୁ ଆଶାକୁ ଛଡେଇ ନେବ। ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ବିଡ୍ ଜିଲ୍ଲାରେ। ଏକ ସଡକ ଦୁର୍ଘଟଣାରେ ଡକାଡକି ହୋଇ ଆରପାରିକୁ ଚାଲିଯାଇଛନ୍ତି ୪ ସାଙ୍ଗ।
ସୂଚନା ମୁତାବକ, ଆଜିମ ପଶାମିୟା ନାମକ ଜଣେ ଯୁବକ ଏସଆରପିଏଫରେ ନିଯୁକ୍ତି ପାଇବା ପରେ ଅନ୍ୟ ୫ ଜଣ ସାଙ୍ଗଙ୍କ ସହ ପାର୍ଟି କରିବାକୁ ଯାଇଥିଲେ। ସୋମବାର ସେମାନେ ମଞ୍ଜରଶୁମ୍ଭ ଯାଇଥିଲେ। ହେଲେ ସେମାନଙ୍କ ଖୁସିକୁ କାହା ନଜର ଲାଗିଗଲା ଯେପରି। ପାର୍ଟି ସାରି ଫେରିବା ବେଳକୁ ଶମ୍ଭାଜୀ ନଗର ଲାତୁର ନିକଟରେ ସେମାନଙ୍କ କାର ଏକ ଟ୍ରକ ସହ ପିଟିହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଅନ୍ୟ ଜଣେ ସାଙ୍ଗର ମୃତ୍ୟୁ ହୋଇଥିଲା। ଏବେବି ଆଉ ୨ଜଣ ସାଙ୍ଗଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/11/zMj2VeRAoqqFQGjtw4td.jpg)