୪ ଭାଇ ଭଉଣୀଙ୍କ ଆତ୍ମହତ୍ୟା

ଫରିଦାବାଦ୍‌: ଆର୍ଥିକ ସଂକଟ ଯୋଗୁ ହରିୟାଣାରେ ଏକା‌େବଳେ ୪ ଜଣଙ୍କ ଜୀବନ ଯାଇଛି। ହରିୟାଣାର ସୁରଜଖଣ୍ଡ ଅଞ୍ଚଳରେ ଏହି ଅଘଟଣ ଘଟିଛି। ୩ ଭଉଣୀ ଏବଂ ଜଣେ ଭାଇ ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସମସ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି। ‌ସେମାନଙ୍କ ନିକଟରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଜାଣିବାକୁ ମିଳିଛି ‌େଯ ସେମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ଏବଂ କୌଣସି ବାଟ ନପାଇ ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି।

ସମ୍ବନ୍ଧିତ ଖବର