ଏଥର ଜଣେ ନୁହେଁ, ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ହୋଇଛନ୍ତି ୪ ଟପ୍ପର, ରଖିଛନ୍ତି ୫୦୦ରୁ ୪୯୯ ମାର୍କ

ନୂଆଦିଲ୍ଲୀ:  ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଛି ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ । ତେବେ ଏହି ପରୀକ୍ଷାଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକାଶ ପାଇଯାଇଛି।  ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ଚଳିତ ବର୍ଷ ‘ଚଉକା’ ଲାଗିଛି। ଚାରିଜଣ ଟପ୍ପର ୫୦୦ରୁ ୪୯୯ନମ୍ବର ରଖି ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ସିବିଏସ୍‌ଇ ଦ୍ୱାଦଶଶ୍ରେଣୀ ପରୀକ୍ଷା ଫଳ ଭଳି ୧୦ମ ଶ୍ରେଣୀ ପରୀକ୍ଷାରେ ଛାତ୍ରୀମାନେ ବାଜି ମାରି ନେଇଛନ୍ତି।  ଟପ୍ପର ହୋଇଥିବା ୪ଜଣ ପିଲାଙ୍କ ମଧ୍ୟରେ ତିନିଜଣ ଛାତ୍ରୀ ଓ ଜଣେ ଛାତ୍ର ଅଛନ୍ତି।

୪୯୯/୫୦୦ନମ୍ବର ରଖିଥିବା ଚାରିଜଣ ଟପ୍ପର ହେଲେ

୧. ସିବିଏସଇ ୧୦ମ ଶ୍ରେଣୀର ପ୍ରଥମ ଟପ୍ପର ଡିପିଏସ୍‌ ଗୁରଗାଓଁର ଛାତ୍ର ପ୍ରଖର ମିତ୍ତଲ।

୨. ଦ୍ୱିତୀୟ ଟପ୍ପର ବିଜନୋରର ରିମଝିମ୍‌ ଅଗ୍ରଓ୍ଵାଲ। ରିମଝିମ୍‌ ଆରପି ପବ୍ଲିକ୍‌ ସ୍କୁଲର ଛାତ୍ରୀ।

୩. ତୃତୀୟ ଟପ୍ପର ସାମଲିର ନନ୍ଦିନି ଗର୍ଗ। ସେ ସ୍କଟିସ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ।

୪. ଚତୁର୍ଥ ଟପ୍ପର କୋଚିନ୍‌ର ଶ୍ରୀଲକ୍ଷ୍ମୀ। ସେ ଭବାନୀ ବିଦ୍ୟାଳୟର ଛାତ୍ରୀ।

ଚଳିତବର୍ଷ ସିବିଏସ୍‌ଇ ପାସ ହାର ୮୬.୭% ରହିଛି। ଏଥର ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ ହାର ୮୮.୬୭୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୮୫.୩୨% ରହିଛି।  ଛାତ୍ରଛାତ୍ରୀମାନ  ସିବିଏସଇର ଅଫିସିଆଲ୍‌  ୱବସାଇଟ୍‌  www.cbse.nic.in  ମାଧ୍ୟମରେ ସେମାନଙ୍କ ପରୀକ୍ଷାଫଳ ଜାଣିପାରିବେ ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟର  ସଚିବ ଅନୀଲ ସ୍‌ରୁପ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏଥର ସମଗ୍ର ଦେଶରେ ମୋଟ ୧୬ ଲକ୍ଷ ୩୮ ହଜାର ୪୨୮ଜଣ ଛାତ୍ରଛାତ୍ରୀ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ  ଭୁବନେଶ୍ୱର ଜୋନ୍‌ରେ ମୋଟ୍‌ ୭୭ହଜାର ୭ଶହ ୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଭୁବନେଶ୍ୱର ଜୋନ ଅଧୀନରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟ ରହିଛିଯ ଓଡ଼ିଶାରୁ କେବଳ ୧୮ ହଜାରୁ ଊର୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧିତ ଖବର