‘ଏସ୍‌କର୍ଟ ସେବା’ ଦେବାକୁ ୪ ଛାତ୍ରଙ୍କୁ ବାଧ୍ୟ କରାଗଲା

ଲକ୍ଷ୍ନୌ: ୪ ଜଣ ଇଞ୍ଜିନିୟରିଂ ଛାତ୍ର ବିକଳ୍ପ ରୋଜଗାର ପାଇଁ ଏକ ସଂସ୍ଥା ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ଘରୋଇ ଟୁଇସନ୍‌ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନଙ୍କୁ ପ୍ରକୃତରେ ‘ଏସ୍‌କର୍ଟ ସେବା’ ପାଇଁ ନିଯୁକ୍ତି ମିଳିଥିଲା। ସେମାନେ ପିଲାଙ୍କୁ ଟୁଇସନ୍‌ କରିବାକୁ ଠିକଣା ଜାଗାରେ ପହଞ୍ଚିବା ପରେ ସେମାନଙ୍କୁ ମହିଳାମାନେ ସ୍ୱାଗତ କରିଥିଲେ। ସେଠାରେ ମହିଳାଙ୍କୁ ମସାଜ୍‌ ପାଇଁ କୁହାଯାଇଥିଲା। କିନ୍ତୁ କୌଶଳକ୍ରମେ ସେମାନେ ସେଠାରୁ ଖସି ଆସି ପୁଲିସରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର