ଅହମ୍ମଦାବାଦ: ୪ ସନ୍ଦିଗ୍ଧ ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆ (ଆଇଏସ୍ଆଇଏସ୍) ଆତଙ୍କବାଦୀଙ୍କୁ ଆଜି ଗୁଜରାଟ ପୁଲିସ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଆନ୍ତର୍ଜାତିକ ବିମାନବନ୍ଦରରୁ ଗିରଫ କରିଛି। ଗିରଫ ସମସ୍ତ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ଅଟନ୍ତି। ଏନେଇ ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ୍ ପକ୍ଷରୁ ଦିଆଯାଇଥିବା ତଥ୍ୟାନୁସାରେ, କେତେକ ସନ୍ଦିଗ୍ଧ ଆତଙ୍କବାଦୀ ନିଜର ନାମ ପରିବର୍ତ୍ତନ କରି ଶ୍ରୀଲଙ୍କାରୁ ଭାୟା ଚେନ୍ନାଇ ଦେଇ ଭାରତରେ ଆକାଶପଥ କିମ୍ବା ରେଳପଥରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ସତର୍କ ଦୃଷ୍ଟି ରଖାଯାଇଥିଲା। ରବିବାର ରାତିରେ ବିମାନବନ୍ଦରରୁ ୪ଜଣଙ୍କୁ ଗିରଫ କରାଯାଇଛି। ସଂପ୍ରତି ସେମାନଙ୍କୁ ନେଇ ପଚରାଉଚରା କରାଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ମହମ୍ମଦ ନୁସରତ, ମହମ୍ମଦ ନୁଫ୍ରାନ୍, ମହମ୍ମଦ ଫାରିସ୍ ଓ ମହମ୍ମଦ ରାଜଦିନ୍। ପଚରାଉଚରାରେ ସେମାନେ ଆକ୍ରମଣ ଉଦ୍ଦେଶ୍ୟରେ ଗୁଜରାଟ ଆସିଥିବା କହିଛନ୍ତି। ସେମାନଙ୍କ ମୋବାଇଲ୍ ଫୋନ୍ରୁ ମଳିଥିବା ସୂଚନାରେ ନାନା ଚିଲୋଡାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯାଞ୍ଚ କରାଯାଇଥିଲା। ସେଠାରୁ ୩ଟି ପାକିସ୍ତାନ ନିର୍ମିତ ପିସ୍ତଲ ଓ ୨୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଅହମ୍ମଦାବାଦରେ ଓହ୍ଲାଇବା ପରେ ସେମାନେ ଏହି ଅସ୍ତ୍ରଶସ୍ତ୍ର ନିର୍ଦ୍ଧାରିତ ସ୍ଥାନରୁ ସଂଗ୍ରହ କରିବା ଯୋଜନା ରହିଥିଲା।
୪ ସନ୍ଦିଗ୍ଧ ଆଇଏସ୍ଆଇଏସ୍ ଆତଙ୍କବାଦୀ ଗିରଫ
/sambad/media/post_attachments/wp-content/uploads/2023/09/arrest-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)