ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀଙ୍କ ଜନ୍ମଦିନ ପାଳନରେ ଯୋଗ ନଦେବା ମହଙ୍ଗା ପଡ଼ିଲା । ଜନ୍ମଦିନ ପାଲନରେ ଅନୁପସ୍ଥିତ ରହିବାର କାରଣ ଜଣାଇବାରେ ବିଫଳ ରହିବାରୁ ୪ଜଣ ପୌର କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତେଲେଙ୍ଗାନାର ବେଲାମପଲ୍ଲୀ ମ୍ୟୁନିସିପାଲିଟି କମିସନର ଚାରିଜଣ ପୌର କର୍ମଚାରୀଙ୍କ ହାତରେ ନିଲମ୍ବନ ନୋଟିସ ଧରାଇଥିବା ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ଜୁଲାଇ ୨୪ରେ ମ୍ୟୁନିସିପାଲିଟି ଦ୍ୱାରା ବେଲାମପଲ୍ଲୀ ସରକାରୀ ଡାକ୍ତରଖାନାରେ ବିଭାଗୀୟ ମନ୍ତ୍ରୀ କେ ତାରକ ରାମା ରାଓଙ୍କ ଜନ୍ମଦିନ ପାଳନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚାରିଜଣ ପୌର କର୍ମଚାରୀ ଅନୁପସ୍ଥିତ ରହିବା ପରେ ଜୁଲାଇ ୨୫ରେ ସେମାନଙ୍କୁ ନୋଟିସ ଜାରି କରାଯାଇ କାରଣ ପଚରାଯାଇଥିଲା।
ନୋଟିସରେ ଲେଖାଯାଇଥିଲା ଯେ, ମାନ୍ୟବର ବିଭାଗୀୟ ମନ୍ତ୍ରୀ କେ ତାରକ ରାମାରାଓଙ୍କ ଜନ୍ମଦିନ ଉତ୍ସବ ଜୁଲାଇ ୨୪,୨୦୨୨ଦିନ ବେଲାମପଲ୍ଲୀ ସରକାରୀ ଡାକ୍ତରଖାନାରେ ସକାଳ ୧୦ଟାରେ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅଫିସ୍ କର୍ମଚାରୀଙ୍କୁ ହ୍ବାଟସଆପ୍ ମେସେଜ୍ ମାଧ୍ୟମରେ ଯୋଗଦେବାକୁ ସୂଚନା ଦିଆଯାଇଥିଲା। କିନ୍ତୁ ଏହି ବାର୍ତ୍ତାକୁ ଆପଣ ଅଣଦେଖା କରି ଅନୁପସ୍ଥିତ ରହିଥିଲେ। ଏବେ ଏଥିପାଇଁ ଆପଣଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତାହାର ଉତ୍ତର ନୋଟିସ ମିଳିବାର ୨୪ଘଣ୍ଟା ମଧ୍ୟରେ ଦିଅନ୍ତୁ।
ତେବେ ନୋଟିସର ଜବାବ ଦେବା ପୂର୍ବରୁ ନିଲମ୍ବିତ କରାଯାଇଥିବା ଅଭିଯୋଗ କରିଛନ୍ତି ୪ଜଣ ପୌର କର୍ମଚାରୀ। ଏହା ସହ ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କାହିଁକି ସେମାନଙ୍କ ଚାକିରି ପ୍ରୋଟୋକଲର ଅଂଶ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-245.jpg)