ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଚାରିଜଣ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ରବିବାର ସକାଳେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଓ୍ଵାତରିଗାମା ଗାଁରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ଅନନ୍ତନାଗର ତାରିକ ଅହମଦ। ସେ ଜଣେ ହିଜ୍‌ବୁଲ୍‌ ମୁଜାହିଦୀନ କମାଣ୍ଡର୍‌। ନିହତ ଅନ୍ୟ ତିନି ଆତଙ୍କବାଦୀ ଲଶ୍କର-ଏ-ତୈବାର ସହ ଅନୁବନ୍ଧିତ ବୋଲି କୁହାଯାଉଛି।

ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇବା ପରେ ରବିବାର ପାହାନ୍ତା ପୂର୍ବରୁ ନିରାପତ୍ତା ବଳ ଓ୍ଵାତରିଗାମା ଗ୍ରାମରେ ବ୍ୟାପକ କର୍ଡନ ଓ ସର୍ଚ ଅଭିଯାନ ଚଳାଇଥିଲେ।

Image Source: NDTV

ଅଚବଲ ଏବଂ ଅନନ୍ତନାଗ ସମେତ ଗ୍ରାମର ସମସ୍ତ ପ୍ରବେଶ ପଥକୁ ନିରାପତ୍ତା ବଳ ସିଲ୍‌ କରି ଘର ଘର ବୁଲି ତଲାସ ଚଳାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ନିରାପତ୍ତା ବଳ ପାଲଟା ଗୁଳି ଚଳାଇଥିଲା।

ସେ ଅଞ୍ଚଳରେ ଦୁଇ ତିନି ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା କଥା ସନ୍ଦେହ କରାଯାଉଥିଲା।

ସମ୍ବନ୍ଧିତ ଖବର