ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍ ଏବଂ ଅନନ୍ତନାଗରେ ଏନ୍‌କାଉଣ୍ଟର୍ ଯୋଗୁଁ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍ ଏବଂ ଅନନ୍ତନାଗରେ ଦୁଇଟି ପୃଥକ୍ ଏନ୍‌କାଉଣ୍ଟର୍‌ ଘଟଣାରେ ଅନ୍ୟୂନ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

କୁଲଗାମ୍ ଜିଲ୍ଲାର ନିପୋରା ଅଞ୍ଚଳରେ ଦୁଇଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା କଥା କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରିଛି। ସେଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୧୯ ଆର୍‌ ଆର୍ ଏବଂ ସିଆର୍‌ପିଏଫ୍ ସେ ଅଞ୍ଚଳରେ କର୍ଡନ୍ ଓ ତଲାସ ଅଭିଯାନ ଆରମ୍ଭ କରିଥିଲେ।

ଗତ ମଧ୍ୟରାତ୍ରୀରୁ ଭାରତୀୟ ସେନା, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍) ଏବଂ ସ୍ଥାନୀୟ ପୁଲିସ ସେଠାରେ ଅଭିଯାନ ଆରମ୍ଭ କରିଥିଲା।

Image Courtesy of Hindustan Times

ଏହା ବ୍ୟତିରେକେ, ଶନିବାର ପ୍ରତ୍ୟୁଷରେ ଅନନ୍ତନାଗ ଜିଲ୍ଲାର ଲାଲ୍ଲାନ୍ ଅଞ୍ଚଳରେ ଅନ୍ୟ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଗୁଇନ୍ଦାସୂତ୍ରରୁ ସୂଚନା ପାଇବା ପରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ କର୍ଡନ୍ କରିବାବେଳେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା।

ପୁଲ୍‌ୱାମାର ଗୁଲାବ ବାଗ ତ୍ରାଲ୍‌ରେ ମଧ୍ୟ ମିଳିତ ବଳ ଅନ୍ୟ ଏକ ତଲାସ ଅଭିଯାନ ଆରମ୍ଭ କରିଛନ୍ତି। ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି।

ଏଠାରେ ଉଲ୍ଲେଖଯୋଗ୍ୟ କି, କେବଳ ଏହି ମାସରେ ଏଯାବତ୍ ୨୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି।

ସମ୍ବନ୍ଧିତ ଖବର